ରାୟଗଡା:ଆଣ୍ଟିନକ୍ସଲ ପାଟ୍ରୋଲିଙ୍ଗବେଳେ ପୁଲିସ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନିୟମଗିରି ଅଞ୍ଚଳ ଟିଡିମୁସ୍କା ଜଙ୍ଗଲରେ ୨ଟି ସ୍ଥାନରୁ ବିପୁଳ ପରିମାଣର ବିସ୍ଫୋରକ ସହ ଅସ୍ତ୍ରଶସ୍ତ୍ର ଜବତ । ଏନେଇ ସିଆରପିଏଫ ଚତୁର୍ଥ ବାଟାଲିଅନ କମାଣ୍ଡେଟ ନୀତୁରାୟ ଓ ଅତିରିକ୍ତ କମାଣ୍ଡେଟେ ଗୁରୁପ୍ରସାଦ ସ୍ୱାଇଁ ସୂଚନା ଦେଇଛନ୍ତି । ଜବତ ହୋଇଥିବା ବିସ୍ଫୋରକ ସାମଗ୍ରୀ ମଧ୍ୟରେ ୪ଟି ବନ୍ଧୁକ, ୨ଟି ଟିଫିନ ବୋମା, ୪୦ଟି ଝିଲାଟିନ, ୩୦ଟି ଡିଟେରାନେଟ, ବିଦ୍ୟୁତତାର, ବ୍ୟାଟେରୀ, ୧୨କେଜି ଇଘୠଙ , ପଲିଥିନ, ସୁଇଚ ଓ ରଶିସମେତ ୨୫ପ୍ରକାର ସାମଗ୍ରୀ ଜବତ ହୋଇଛି ।

LEAVE A REPLY

Please enter your comment!
Please enter your name here