ଭୁୁବନେଶ୍ୱର : ଏବେ ଆହାର କେନ୍ଦ୍ର ଗୁୁଡିକ ସକାଳ ୧୦ଟାରୁ ୪ଟାଯାଏଁ ଖୋଲା ରହିବ । ଭିଡକୁ ଦୃଷ୍ଟଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । କରୋନା ସଂକ୍ରମଣକୁ ନଜରରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କେତକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଲୋକମାନେ ଆହାର ପାଇଁ ଧ।।ଡି କରି ଯିିବେ । ଧାଡିରେ ଅତିକମରେ ଲୋକଙ୍କ ଭିତରେ ଦେଢ ମିଟର ଦୂରତା ରହିବ । ଆହାର କେନ୍ଦ୍ରରେ ପ୍ରବେଶ ପୂର୍ବରୁ ଲୋକମାନେ ହ୍ୟାଣ୍ଡ ୱାସ କିମ୍ବା ସାବୁନରେ ହାତ ଧୋଇବାକୁ ପଡିବ ସେଥିପାଇଁ ହ୍ୟାଣ୍ଡ ୱାସ ଓ ସାବୁନ ଯୋଗାଇ ଦିଆଯିବ । ଲୋକେ କୁପନ ଲାଗି ବାକ୍ସରେ ଟଙ୍କା ପକାଇବେ । ଆହାର କେନ୍ଦ୍ର ବାହାରେ ଖାଇବାକୁ ଉତ୍ସାହିତ କରାଯିବ । ଆହାର କେନ୍ଦ୍ର ବାହାରେ ଡଷ୍ଟବିନ ମଧ୍ୟ ରଖାଯିବ । ସମସ୍ତ କାର୍ଯ୍ୟକୁ ତଦାରଖ କରିବା ଲାଗି ଆହାର କେନ୍ଦ୍ର ଗୁଡିକରେ ପୁଲିସ କର୍ମଚାରୀ ବା ହୋମଗାର୍ଡଙ୍କୁ ମୁତୟନ କରାଯିବ ।

LEAVE A REPLY

Please enter your comment!
Please enter your name here