ସାଂସଦ ପ୍ରତାପ ଷଢଙ୍ଗୀ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ବା ଏମଏସଏମଇ ଉଦ୍ୟୋଗର କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଭାବେ ଆଜିଠାରୁ କାର୍ଯ୍ୟ ଆରମ୍ଭ କରିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗର ଦାୟିତ୍ୱ ଆଜିଠାରୁ ହାତକୁ ନେଇଛନ୍ତି । ପୂର୍ବରୁ ନୀତିନ ସଡକ ଏବଂ ପରିବହନ ମନ୍ତ୍ରୀ ଭାବେ ପ୍ରଥମ ମୋଦୀ ସରକାରରେ କାମ କରିଥିଲେ । ଏଥର ତାଙ୍କ ବିଭାଗରେ ପରିବର୍ତନ ହୋଇଛି । ଉଭୟ ପ୍ରତାପ ଏବଂ ନୀତିନ କାର୍ଯ୍ୟାଳୟରେ ପହଁଚିବା ପରେ ତାଙ୍କୁ ବରିଷ୍ଠ ଅଧିକାରୀମାନେ ଫୁଲତୋଳା ଏବଂ ମିଠା ଖୁଆଇ ସ୍ୱାଗତ କରିଥିଲେ ।

LEAVE A REPLY

Please enter your comment!
Please enter your name here