ପୁଣି କଂଗ୍ରେସକୁ ଫେରିବେ ହେମା ଗମାଙ୍ଗ । କଂଗ୍ରେସକୁ ଫେରୁଥିବା ସଂପର୍କରେ ସେ ଦିଲ୍ଲୀରେ ଗଣମାଧ୍ୟମ ପ୍ରତିନିଧିକୁ ସୁଚନା ଦେଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପତ୍ନୀ ହେମା ଗତ ବର୍ଷ ଅପ୍ରେଲ ମାସରେ ବିଜେଡିରୁ ଇସ୍ତଫା ଦେଇଥିଲେ. 2014 ନିର୍ବାଚନ ପୂର୍ବରୁ ସେ ବିଜେଡିରେ ଯୋଗଦେଇ ଲକ୍ଷ୍ମୀପୁର ବିଧାନସଭା ଆସନରେ ପ୍ରତିଦ୍ବନ୍ଦିତା କରି ହାରିଥିଲେ. ତେବେ 1999ରେ ସେ କଂଗ୍ରେସ ସାଂସଦ ଭାବେ ଲୋକସଭାକୁ ନିର୍ବାଚିତ ହୋଇଥିଲେ. ସେହିପରି 2004ରୁ 2009 ପର୍ଯ୍ୟନ୍ତ ସେ ଲକ୍ଷ୍ମୀପୁରରୁ କଂଗ୍ରେସ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ. ଅନ୍ୟପକ୍ଷରେ  ହେମାଙ୍କ ସ୍ୱାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ କଂଗ୍ରେସ ଛାଡି ଏବେ ବିଜେପିରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here