କରୋନା କବଳରେ ଆମେରିକା । ଏବେ ସୁଦ୍ଧା ୨ହଜାର ୪୮୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଳକ୍ଷ ୪୨ ହଜାର ଟପିଛି । କରୋନା ଭାଇରସ ମହାମାରୀକୁ ରୋକିବା ପାଇଁ କଠୋର ପଦକ୍ଷେପ ନେଉଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଦେଶରେ ସାମାଜିକ ଦୂରତା ଗାଇଡଲାଇନକୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଜାରି ରଖିବାକୁ ଘୋଷଣା କରିଛନ୍ତି ଟ୍ରମ୍ପ । ଆଗରୁ ଟ୍ରମ୍ପ କହିଥିଲେ ଆମେରିକାରେ ଖୁବଶୀଘ୍ର ସମସ୍ତ କାରବାର ଆରମ୍ଭ ହୋଇଯିବ । ତେବେ ସ୍ଥିତି ଦେଖି ତାଙ୍କ ପୂର୍ବ ଘୋଷଣାରୁ ଟ୍ରମ୍ପ ଓହରିଛନ୍ତି । ଏପରିକି ଟ୍ରମ୍ପ କହିଛନ୍ତି ଆମେରିକାରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ଟପିବ ବୋଲି ଯେଉଁ ଆକଳନ କରାଯାଉଛି ତାକୁ ଭୂଲ ପ୍ରମାଣିତ କରିବା ପାଇଁ ଆମେରିକା ପ୍ରଶାସନ ରାତିଦିନ ଏକ କରିଦେଇଛନ୍ତି । ଏପ୍ରିଲ ୧୨ ତାରିଖ ଯାଏ ସାମିଜିକ ଦୂରତ୍ୱ କଟକଣା ଥିଲା । ତେବେ କଟକଣା ଉଠାଇ ନିଆଗଲେ ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା ରହିଥିବା ବିଶେଷଗ୍ୟାମାନେ କହିବା ପରେ ଟ୍ରମ୍ପ ଏହାକୁ ଆହୁରୀ ବଢେଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here