ଯେସାକୁ ତେସା ନୀତି ବ୍ରିଟେନରୁ ଆସୁଥିବା ସମସ୍ତ ବ୍ରିଟେନ ନାଗରିକ ଦଶଦିନ କ୍ବାରେଣ୍ଟିନରେ ରହିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା 4 ତାରିଆପଣେଇଲା ଭାରତ । ବ୍ରିଟେନ ବିରୋଧରେ କଠୋର ନିଷ୍ପତ୍ତି ନେଲା । ଭାରତର କୋଭିଡ୍ ସାର୍ଟିଫିକେଟକୁ ମାନୁ ନ ଥିବାରୁ ଭାରତ କଡା ପଦକ୍ଷେପ ନେଇଛି । ଆସନ୍ତା 4 ତାରିଖରୁ ଏହା ଲାଗୁ ହେବ । ବ୍ରିଟେନରେ ଭ୍ୟାକ୍ସିନେସନ ନେଇଥିଲେ ମଧ୍ୟ କ୍ବାରେଣ୍ଟିନରେ ରହିବା ସହ ତିନିଥର ଆରଟିପିସିଆର ପରୀକ୍ଷା କରିବାକୁ ପଡିବ । ବ୍ରିଟେନରୁ ବାହାରିବାର 72 ଘଣ୍ଟା ପୂର୍ବରୁ ଆରଟିପିସିଆର ରିପୋର୍ଟକୁ ଭାରତ ସରକାର ବାଧ୍ୟତାମୂଳକ କରିଛନ୍ତି । ଏଥିସହିତ ଏୟାରପୋର୍ଟରେ ପହଞ୍ଚିବା ପରେ ଏବଂ କ୍ବାରେଣ୍ଟିନରେ ରହିବାର ଅଷ୍ଟମ ଦିନରେ ପରୀକ୍ଷା କରାଯିବ ।

ଭାରତ ସମେତ ଅନେକ ଦେଶର ନାଗରିକଙ୍କ ପାଇଁ ବ୍ରିଟେନ ଏଭଳି କଟକଣା ଲଗାଇଥିବାରୁ ଭାରତ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଭାରତରେ କୋଭିସିଲ୍ଡ ଓ କୋଭାକ୍ସିନ ନେଇଥିବା ନାଗରିକଙ୍କୁ ବ୍ରିଟେନରେ କ୍ବାରେଣ୍ଟିନରେ ରଖାଯାଇଥିବାରୁ ପାଲଟା ଜବାବ ଦେଇଛନ୍ତି କେନ୍ଦ୍ର ସରକାର ।

LEAVE A REPLY

Please enter your comment!
Please enter your name here