ଆଜି ଜଗତଜନନୀ ମା ଦୁର୍ଗାଙ୍କ ମହାନବମୀ ପୂଜା | ଚାରିଆଡେ ଉତ୍ସବର ମାହୋଲ | ଶଙ୍ଖ ଓ ବାଜା ଧ୍ୱନିରେ ଫାଟି ପଢୁଛି ପରିବେଶ | ମାଙ୍କ ଦର୍ଶନ ପାଇଁ ସବୁ ପୂଜା ମଣ୍ଡପରେ ଜମୁଛି ହଜାର ହଜାର ଭକ୍ତଙ୍କ ଭିଡ | ମାଆଙ୍କ ବିଶ୍ୱରୂପ ଓ ବେଶଭୂଷା ଦେଖିବାକୁ ଶ୍ରଦ୍ଧାଳୁ ଆତୁର ହେଉଛନ୍ତି । ଆଖି ଝଲସା ଆଲୋକମାଳାରେ ସଜା ହୋଇଛି ସାରା ଓଡିଶାର ପୂଜା ପେଣ୍ଡାଲ । ଭୁବନେଶ୍ୱରର ୧୭୧ଟି ସ୍ଥାନରେ ମା ପୂଜା ପାଉଥିବା ବେଳେ କଟକରେ ପ୍ରାୟ ୧୬୫ଟି ମଣ୍ଡପରେ ମାଆଙ୍କ ଆରାଧନା କରାଯାଉଛି | ରାଜଧାନୀ ଭୁବନେଶ୍ୱରର ସହିଦ ନଗରରେ ଚାନ୍ଦି ମେଢ ସାଙ୍ଗକୁ ମାଆଙ୍କ ସୁନା ମୁକୁଟ ଦେଖିବାକୁ ପ୍ରବଳ ଭିଡ ଜମୁଛି । ସେହିପରି ପୁରୁଣା ଷ୍ଟେସନ ବଜାର ପୂଜା ମଣ୍ଡପରେ ଚାନ୍ଦି ମେଢ ଦେଖିବାକୁ ମିଳିଛି । ପୂଜା ମଣ୍ଡପକୁ ଆକର୍ଷଣୀୟ କରିବା ପାଇଁ ପୂଜା କମିଟି ପକ୍ଷରୁ ସୁନ୍ଦର ସୁନ୍ଦର ସୁଉଚ୍ଚ ତୋରଣମାନ କରାଯାଇଛି । ସେପଟେ, ମହାମାୟୀ ଜଗତଜନନୀ ମାଆ ଦୁର୍ଗାଙ୍କ ଆଗମନରେ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ । ଆସୁଥିବା ଭକ୍ତଂକ ସୁରକ୍ଷା ପାଇଁ ପୋଲିସ ପ୍ରଶାସନ ଓ ପୂଜା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି | ମଣ୍ଡପ ଚତୁଃର୍ପାଶ୍ଵରେ ସିସିଟିଭି କ୍ୟାମେରା ଲଗାଯାଇଛି |

LEAVE A REPLY

Please enter your comment!
Please enter your name here