ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ଚେୟାରମ୍ୟାନ ଅଶୋକ ଚାୱଲା ନିଜ ପଦରୁ ଇସ୍ତଫା ଦେଇଛନ୍ତି. ଏୟାରସେଲ-ମ୍ୟାକ୍ସିସ ମାମଲାରେ ଅଶୋକଙ୍କ ବିରୋଧରେ ମାମଲାର ଶୁଣାଣି ପାଇଁ ସିବିଆଇକୁ କେନ୍ଦ୍ର ତରଫରୁ ଅନୁମତି ମିଳିବାର କିଛି ଘଣ୍ଟା ପରେ ସେ ଇସ୍ତଫା ଦେଇଛନ୍ତି. ବର୍ତ୍ତମାନ ଏହାର ତଦନ୍ତ ଦ ସିକ୍ୱିରିଟି ଆଣ୍ଡ ଏକ୍ସେଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ କରୁଛି. ତେବେ ଅର୍ଥ ସଚିବ ଚାୱଲା ମାର୍ଚ୍ଚ 28, 2016ରେ ଏନଏସଇର ଚେୟାରମ୍ୟାନ ପଦରେ ନିଯୁକ୍ତ ହୋଇଥିଲେ. ଏହାଛଡା ସିଭିଲ ଆଭିଏସନର ସଚିବ ଓ ଭାରତୀୟ କମ୍ପିଟେଟିଭନେସର ସଚିବ ଦାୟିତ୍ୱ ମଧ୍ୟ ଅଶୋକ ତୁଲାଇ ସାରିଛନ୍ତି. କେନ୍ଦ୍ର, 5 ଜଣଙ୍କ ନାମରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁମତି ଦେଇଛନ୍ତି ବୋଲି ପୂର୍ବରୁ ସିବିଆଇ ଦିଲ୍ଲୀର ଏକ ଅଦାଲତକୁ କହିଥିଲା ଯାହାମଧ୍ୟରେ ପୂର୍ବ ଅଧିକାରୀ ସାମିଲ ଥିଲେ. କଂଗ୍ରେସ ନେତା, ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ପି. ଚିଦାମ୍ବରମ ଓ ତାଙ୍କ ପୁଅ କାର୍ତ୍ତି ମଧ୍ୟ ଏୟାରସେଲ-ମ୍ୟାକ୍ସିସ ମାମଲାରେ ଜଡିତ ବୋଲି  ସୂଚନା ମିଳିଥିଲା.

 

LEAVE A REPLY

Please enter your comment!
Please enter your name here