ପିଲାଙ୍କୁ ଛାଡି ଏବେ କୁକୁର , ବିଲେଇକୁ ବେଶ୍ ପସନ୍ଦ କରୁଛନ୍ତି ଜାପାନବାସୀ । ଦେଶରେ ୧୪ ମିଲିୟନ ଶିଶୁ ଥିବାବେଳେ ୨୦ ମିଲିୟନରୁ ଅଧିକ ପୋଷା କୁକୁର , ବିଲେଇ ରହିଛନ୍ତି । ଆଉ ବଡ ବଡ ପାର୍ଟିରେ କପଲଙ୍କ ସହ ନଜର ଆସୁଛନ୍ତି କୁକୁର, ବିଲେଇ । ବିଭିନ୍ନ ଡିଜାଇନର ଡ୍ରେସ ପିନ୍ଧି ପୋଷା କୁକୁରକୁ ସାଥିରେ ନେଉଛନ୍ତି ଜାପାନବାସୀ । କିନ୍ତୁ ପୋଷା କୁକୁର କାମୁଡିବା ମାମଲା ଏବେ ଅଧିକ । ଗୁରୁଗ୍ରାମର ଜିଲ୍ଲା କଞ୍ଜୁମର ଫୋରମ କହିଛି ଯେ, ବର୍ତ୍ତମାନ ପୋଷା କୁକୁର ମାନଙ୍କୁ ବାହାରକୁ ନେବା ସମୟରେ ବେକରେ ଚେନ୍ ଏବଂ ପାଟିରେ କଭର କରି ନିଅନ୍ତୁ । ନଚେତ ମାଲିକଙ୍କୁ ଜରିମାନା ଦେବାକୁ ପଡିବ । ବିଦେଶୀ କିଛି କୁକୁରଙ୍କୁ ବ୍ୟାନ୍ କରାଯାଇଛି । 11 ପ୍ରଜାତିର କୁକୁରଙ୍କୁ ଘରେ ପାଳି ପାରିବେନି ବୋଲି ନିଷେଧାଜ୍ଞା ଜାରି କରିଛନ୍ତି ଗୁରୁଗ୍ରାମ କଂଜୁମର ଫୋରମ | ଆମେରିକୀୟ ପିଟବୁଲ, ଡୋଗୋ ଆର୍ଜେଣ୍ଟିନୋ, ରୋଟୱେଲର, ନିପୋଲିଆନ୍‌,ବୁଅବୁଲ କୁ ପ୍ରଜାତିର କୁକୁରଙ୍କୁ ବ୍ୟାନ୍ କରାଯାଇଛି । ଅର୍ଥାତ ଏହି କୁକୁରଙ୍କୁ ଘରେ ରଖିପାରିବେନି ମାଲିକ । ଯଦି ପୂର୍ବରୁ କେହି ଏହି ପ୍ରଜାତିର କୁକୁରକୁ ଘରେ ରଖିଛନ୍ତି ତେବେ ଲାଇସେନ୍ସକୁ ତୁରନ୍ତ ଜବତ କରାଯିବା ସହ କୁକୁରକୁ ହେପାଜତକୁ ନିଆଯିବ । ବର୍ଷେ ହେବ ଦେଶର ବିଭିନ୍ନ ସ୍ଥାନରେ ଉତ୍ତରପ୍ରଦେଶ, ରାଜସ୍ଥାନରୁ କୁକୁର କାମୁଡିବା ଘଟଣା ସାମ୍ନାକୁ ଆସିଛି । ପୋଷା କୁକୁର କାମୁଡାରେ ଅନେକ ଲୋକ ଗୁରୁତର ଆହତ ହେଉଥିବା ନଜର ଆସୁଛି । ଲକ୍ଷ୍ନୌରେ ପିଟବୁଲ କୁକୁର ଆକ୍ରମଣରେ ମାଲିକଙ୍କ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଗୋଟିଏ ପଟେ ପୋଷା କୁକୁର ଆତଙ୍କ ବଢୁଥିବାବେଳେ ଜାପାନ ଭଳି ଏସୀୟ ଦେଶରେ ମାନବ ପିଲାଙ୍କୁ ଛାଡି ଏବେ କୁକୁର ସଉକ ରଖୁଛନ୍ତି କପଲ ।

LEAVE A REPLY

Please enter your comment!
Please enter your name here