ବର୍ତ୍ତମାନ ଗରିବ ଲୋକଙ୍କୁ ସାହାଯ୍ୟକରିବା ପାଇଁ ସରକାରଙ୍କ ଦ୍ୱାରା ବିଭିନ୍ନ ପ୍ରକାର ମାନବ କଲ୍ୟାଣ ଯୋଜନା ସବୁ କରାଯାଉଛି. ହେଲେ ଏହାର ସୁବିଧା ସମସ୍ତେ ପାଇପାରୁନାହାନ୍ତି. ବଡବଡିଆ ଲୋକ ଏହାର ଫାଇଦା ଉଠାଉଥିବା ବେଳେ ଗରିବ ଲୋକ ଏହା ଭିତରେ ବଳି ପଡିଯାଉଛନ୍ତି. ବର୍ତ୍ତମାନ ମୋଦି ସରକାର ଗରିବଙ୍କ ପାଇଁ ଏକ ଯୋଜନା ଆଣିଛନ୍ତି ଯାହାର ନା ହେଲା ଆୟୁଷ୍ମାନ ଭାରତ. ଏହି ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଗରିବ ଲୋକ ଉପକୃତ ହୋଇପାରିବେ. ଯେଉଁ ଲୋକମାନଙ୍କର ବହୁଚକିଆ ଯାନ ଅଛି, କ୍ରେଡିଟ୍ କାର୍ଡର ଲିମିଟ୍ 50,000ରୁ ଉର୍ଦ୍ଧ ଅଛି, ଯେଉଁ ପରିବାରରେ ଜଣେ ସଦସ୍ୟଙ୍କ ମାସିକ ଆୟ 10,000ରୁ ଅଧିକ ଅଛି, ଛାତ ଘର ଥିବା ସହ ଲ୍ୟାଣ୍ଡ ଲାଇନ କନେକ୍ସନ ଅଛି ସେମାନେ ଏହି ଯୋଜନାରରେ ସାମିଲ୍ ହୋଇପାରିବେ ନାହିଁ. ବିଭିନ୍ନ ରୋଗ ପାଇଁ ସରକାର ଦେଉଥିବା ରାଶି ହେଲା- ବାଏପାସ୍ ସର୍ଜରୀ ପାଇଁ 1ଲକ୍ଷ 10 ହଜାର ଟଙ୍କା, ହିପ୍ ରିପ୍ଲେସମମେଣ୍ଟ ପାଇଁ 90 ହଜାର ଟଙ୍କା, ଅର୍ଥୋସ୍କୋପୀ ସର୍ଜରୀ ପାଇଁ 20 ହଜାର ଟଙ୍କା ଏବଂ ଆଣ୍ଠୁ ସର୍ଜରୀ ପାଇଁ 25 ହଜାର ଟଙ୍କା ସହାୟତା ରାଶି ଦିଆଯିବ.

LEAVE A REPLY

Please enter your comment!
Please enter your name here