ବର୍ତ୍ତମାନ ଯୁଗ ଏତେ ଉନ୍ନତି ହେଲାଣି ଯେ, ଆଜିର ଲୋକମାନେ ଥଣ୍ଡାରେ ରହିବା ପାଇଁ ନିଜ ଘରେ ଏସି ଲଗାଉଛନ୍ତି. ଏସି ଲଗାଇବା ଦ୍ୱାରା ଆମେ ଥଣ୍ଡା ପବନ ପାଉଛେ ସତ, ହେଲେ ଏଥିରୁ ନିର୍ଗତ ହେଉଥିବା ବିଷାକ୍ତ ଗ୍ୟାସ୍ ଆମ ଶରୀର ପକ୍ଷେ ଏତେ ମାତ୍ରାରେ କ୍ଷତିକାରକ ଯେ ବେଳେବେଳେ ଏହି ଗ୍ୟାସ୍ ପାଇଁ ଆମ ଜୀବନ ମଧ୍ୟ ଯାଇପାରେ. ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ତିରୁବଲ୍ଲୁବାର ନଗରରେ. ଏହି ନଗରରେ ବାସ କରୁଥିବା ଏକ ପରିବାରର ତିନି ଜଣ ସଦସ୍ୟଙ୍କ ଏସିରୁ ନିର୍ଗତ ଗ୍ୟାସ୍ ପାଇଁ ମୃତ୍ୟୁ ହୋଇଛି. ଘଟଣା ଅନୁସାରେ, ଗତ ସୋମବାରଦିନ ତିରୁବଲ୍ଲୁବାର ନଗରରେ ବିଜୁଳି ନଥିବା କାରଣରୁ ରାତିରେ ଇନଭର୍ଟର ଲଗେଇ ଶୋଇଥିଲେ ଏକ ପରିବାର. ହେଲେ ବିଳମ୍ବିତ ରାତିରେ ବିଜୁଳି ଆସିଯାଇଥିଲା ମାତ୍ର ସେମାନେ ଜାଣିପାରିନଥିଲେ. ତା ପରେ ଏସିରୁ ନିର୍ଗତ ଗ୍ୟାସ୍ ଫଳରେ ସେମାନେ ଶ୍ୱାସରୁଦ୍ଧ ହୋଇଯାଇଥିଲେ. ଯାହାଫଳରେ ସେମାନଙ୍କ ମୃତ୍ୟୁ ହୋଇଥିଲା. ପରଦିନ ବେଶି ସମୟ ପର୍ଯ୍ୟନ୍ତ କବାଟ ନ ଖୋଲିବାରୁ ପଡୋଶୀମାନେ ପୋଲିସ୍ କୁ ଡାକି କବାଟ ଖୋଲିଥିଲେ. ପରେ ସେମାନଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଥିଲା. ତେବେ ଏସି ଗ୍ୟାସ୍ ପାଇଁ ସେମାନଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି.