ଦିଲ୍ଲୀରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କି ପଦକ୍ଷେପ ନେଇଛ । ବାୟୁ ପ୍ରଦୂଷଣ ରୋକିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରିଛ । ଆସନ୍ତାକାଲି ସଂଧ୍ୟା ସୁଦ୍ଧା ଆକ୍ସନ ପ୍ଲାନ ଦାଖଲ କରିବାକୁ ସର୍ବୋଚ୍ଚ ଅଦାଲତ ଦିଲ୍ଲୀ କେଜ୍ରିଓ୍ୱାଲ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଭୟଙ୍କର ଭାବେ ବଢୁଥିବା ନେଇ ସର୍ବୋଚ୍ଚ ଅଦାଲତ ଉଦବେଗ ପ୍ରକାଶ କରିଛନ୍ତି । ଅନ୍ୟ ମୁଣ୍ଡରେ ଦୋଷ ଲଦିବା ବଦଳରେ ନିଜେ କି ପଦକ୍ଷେପ ଗ୍ରହଣ କରିଛ, ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଜାବ ଓ ହରିୟାଣା ସରକାରଙ୍କୁ ମଧ୍ୟ ସମାନ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସପ୍ତାହେ ପାଇଁ ଚାଷୀମାନେ ସେମାନଙ୍କର ନଡାକୁଟା ନ ଜାଳିବା ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ ଘରେ ରହି କାର୍ଯ୍ୟ କରିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି ।

ଦିଲ୍ଲୀ ସରକାରଙ୍କ ତରଫରୁ ରାହୁଲ ମେହେର କୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ । ତେବେ ସତ୍ୟପାଠ ଦାଖଲ ସହ ସେ କୋର୍ଟଙ୍କୁ ଦିଲ୍ଲୀ ମ୍ୟୁନିସପାଲ କର୍ପୋରେସନ ମେୟର ମଧ୍ୟ ସତ୍ୟପାଠ ଦାଖଲ କରିବା ଉପରେ ସେ ଗୁରୁତ୍ବ ଦେଇଥିଲେ । ବାୟୁ ପ୍ରଦୂଷଣରେ ପ୍ରମୁଖ କାରଣ ଧୂଳି ଉଡିବା ଏବଂ ଏହାର ପ୍ରତିକାର ପାଇଁ ମ୍ୟୁନିସପାଲ କର୍ପୋରେସନ କେତେ ମେକାନିକାଲ ସୁଇପିଂ ଗାଡି ବ୍ୟବହାର କରୁଛନ୍ତି ବୋଲି ପ୍ରଶ୍ନ ଉଠାଇଥିଲେ । ତେବେ କୋର୍ଟ ଅନ୍ୟ ଉପରେ ଦୋଷ ଲଦିବା ନୀତିକୁ ନାପସନ୍ଦ କରିବା ସହ ଦିଲ୍ଲୀ ସରକାରଙ୍କୁ ଚେତାବନୀ ଦେଇଥିଲେ । ଜଷ୍ଟିସ ସୂର୍ଯ୍ୟକାନ୍ତ କହିଥିଲେ, ରାଜ୍ୟ ସରକାରଙ୍କ ଏମିତିକା ଦୋଷ ଛଡାଇବା ନୀତି ପାଇଁ ରାଜସ୍ବ ଆଦାୟ ଏବଂ ସେଥିରୁ କେତେ ଅର୍ଥ ଲୋକପ୍ରିୟତା ସ୍ଲୋଗାନ ବାବଦରେ ରାଜ୍ୟ ସରକାର ବ୍ୟୟ କରୁଛନ୍ତି, ତାର ଠିକଣା ଅଡିଟ କରିବାକୁ ବାଧ୍ୟ କରିବ ।

ଦିଲ୍ଲୀରେ ଏୟାର କ୍ବାଲିଟୀ ଇଣ୍ଡେକ୍ସ ଏବେ ଅତି ଖରାପ ସ୍ତରରେ ରହିଛି । ବିଶେଷକରି ଦୀପାବଳୀରେ ଲୋକେ ନିୟମ ଉଲ୍ଲଂଘନ କରି ବାଣ ଫୁଟାଇବା ପରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅତି ଖରାପ ସ୍ତରକୁ ଚାଲି ଯାଇଛି । ଧୂଳି, ଧୂଆଁ, କାରଖାନାରୁ ନିର୍ଗତ ଗ୍ୟାସ, ଯାନବାହନ ଚଳାଚଳ ଏବଂ ଚାଷୀମାନେ କୁଟା, ନଡା ଭଳି କ୍ଷେତରେ ଅନାବଶ୍ୟକ ପଦାର୍ଥ ପୋଡୁଥିବାରୁ ପ୍ରଦୂଷଣର ମାତ୍ରା ବଢି ବଢି ଚାଲିଛି । ଯାହାର ପ୍ରଭାବରେ ଲୋକଙ୍କ ଆଖି ପୋଡି, ମୁଣ୍ଡ ବୁଲାଇହେବା ଏବଂ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ହେବା ଭଳି ଲକ୍ଷଣ ଦେଖାଯାଉଛି ।

LEAVE A REPLY

Please enter your comment!
Please enter your name here