କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ନିଜର କାୟା ମେଲାଇବାରେ ଲାଗିଛି । ଏହାରି ମଧ୍ୟରେ ଓମିକ୍ରନକୁ ଚିହ୍ନଟ କରିବା ପାଇଁ ପ୍ରଥମ କିଟ୍ ଓମିସିଓର କୁ ମଞ୍ଜୁରୀ ମିଳିଛି । ଟାଟା ମେଡିକାଲ ଏହାର ପ୍ରସ୍ତୁତ କରିଛନ୍ତି । ଆଇସିଏମଆର ଏହାକୁ ମଞ୍ଚୁରୀ ଦେଇଛନ୍ତି ।
ଟାଟା ମେଡିକାଲ ମୁମ୍ବାଇ ତରଫରୁ ପ୍ରସ୍ତୁତ କରାଯାଇଥିବା ଟେଷ୍ଟିଂ କିଟକୁ ଡିସେମ୍ବର ୩୦ ତାରିଖରେ ଆଇସିଏମଆର ମଞ୍ଜୁରୀ ପ୍ରଦାନ କରିଥିବା ବେଳେ ଏନେଇ ଏବେ ସୂଚନା ସାମ୍ନାକୁ ଆସିଛି । କହିରଖୁ କି ଏବେ ଓମିକ୍ରନ ଭୂତାଣୁ ଚିହ୍ନଟ ନିମନ୍ତେ ଅନ୍ୟ କିଟ୍ ବ୍ୟବହାର କରାଯାଉଛି । ପରୀକ୍ଷା କରାଯାଉଥିବା କିଟକୁ ଆମେରିକାର ଥର୍ମୋଫିସର କମ୍ପାନୀ ମାର୍କେଟିଂ କରୁଛି । ଏହି କିଟ୍ ଏସ୍-ଜିନ୍ ଟାର୍ଗେଟ ଫେଲୋଅର ଷ୍ଟାଟେଜୀ ମଧ୍ୟମରେ ଓମିକ୍ରନ ଭୂତାଣୁ ଚିହ୍ନଟ କରୁଛି । ଏବେ ଆଇସିଏମଆର ଟାଟାର ଯେଉଁ କିଟ୍ କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ତାହାର ନାମ ଟାଟା ଏମଡି ଚେକ୍ ଆରଟି-ପିସିଆର ଓମିସିଓର ରହିଛି ।
ଭାରତର ୨୩ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ଓମିକ୍ରନ ସଙ୍କ୍ରମିତ ଏବେ ସୁଦ୍ଧା ୧୮୯୨ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରୁ ସର୍ବାଧିକ ୫୬୮ ମାମଲା ସାମ୍ନାକୁ ଆସିଛି । ସଙ୍କ୍ରମଣ ହାରରେ ଦ୍ୱିତୀୟ ସ୍ଥାନରେ ରହିଛି ଦିଲ୍ଲୀ । ଦିଲ୍ଲୀରୁ ୩୮୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କେରଳରୁ ୧୮୫, ରାଜସ୍ଥାନରୁ ୧୭୪,ଗୁଜରାଟରୁ ୧୫. ତାମିଲନାଡୁରୁ ୧୨୧ ପଜିଟିଭ୍ ଚିହ୍ନଟ ହେଲେଣି ।