ଦିଲ୍ଲୀରେ କରୋନା ସଙ୍କ୍ରମଣ ବେକାବୁ । ଗତ ୨୪ ଘଣ୍ଟାରେ ରାଜଧାନୀରୁ ୪୦୦୦ ଅଧିକ ପଜିଟିଭ୍ ଚିହ୍ନଟ ହେଲେଣି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ନଜରରେ ରଖି ଦିଲ୍ଲୀରେ ସପ୍ତାହାନ୍ତ କର୍ଫ୍ୟୁ ଲାଗୁ କରିଛନ୍ତି ସରକାର । ନାଇଟ କର୍ଫ୍ୟୁ ସହ ଲାଗୁ ହୋଇଛି ସପ୍ତାହାନ୍ତ ସଟଡାଉନ୍ । ଆଉ କିଛି କଟକଣା ମଧ୍ୟ ଲାଗୁ କରାଯାଇଛି । ସମସ୍ତ ସରକାରୀ ଅଫିସ ୱାର୍କ ଫ୍ରମ ହୋମରେ ଚାଲିବ । ୫୦ ପ୍ରତିିଶତ କର୍ମଚାରୀଙ୍କୁ ନେଇ ଚାଲିବ ବେସରକାରୀ ଅଫିସ । ବାକି ୫୦ ପ୍ରତିଶତ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here