କାଫେ କଫି ଡେ ପ୍ରତିଷ୍ଠାତା ତଥା କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍ ଏମ୍ କ୍ରୀଷ୍ଣାଙ୍କ ଜ୍ୱାଇଁ ଭିଜି ସିଦ୍ଧାର୍ଥଙ୍କ ନିଖୋଜ ଖବର ଉପରୁ ପରଦା ଉଠିବାରେ ଲାଗିଛି । ସେ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ପୁଲିସ୍ ସନ୍ଦେହ କରୁଥିବା ବେଳେ ତାଙ୍କୁ ଖୋଜିବା ପାଇଁ ୨୦୦ ପୁଲିସ ଏବଂ ୨୫ ଜଣ ବୁଢାଳି ମଧ୍ୟ ନିଯୋଜିତ ହୋଇଛନ୍ତି । ଋଣ ଭାରରେ ବୁଡ଼ି ରହିଥିବା ସିଦ୍ଧାର୍ଥ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ନିଖୋଜ ହେବା ପୂର୍ବରୁ ସେ ନିଜର କର୍ମଚାରୀ ଓ ନିର୍ଦ୍ଦେଶକଙ୍କୁ ଲେଖିଥିବା ଚିଠିରୁ ଏହା ଜଣାପଡିଛି । ଏହା ସହ କେନ୍ଦ୍ର ଗୃହମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖି ସାହାଯ୍ୟ ମାଗିଛନ୍ତି ସିଦ୍ଧାର୍ଥ । ଏହା ସହିତ ସିଦ୍ଧାର୍ଥ ଜୁଲାଇ ୨୭ରେ କାଫେ କଫି ଡେ ର କର୍ମଚାରୀ ଓ ନିର୍ଦ୍ଦେଶକମଣ୍ଡଳୀଙ୍କୁ ଚିଠି ମଧ୍ୟ ଲେଖି ତାଙ୍କର ଏହି ଅସୁବିଧା ସମ୍ପର୍କରେ ଜଣାଇଛନ୍ତି । ସିଦ୍ଧାର୍ଥ ଲେଖିଛନ୍ତି, ‘‘ଯେଉଁମାନେ ତାଙ୍କୁ ଭରସା କରିଥିଲେ ସେମାନଙ୍କୁ ନିରାଶ କରିଥିବାରୁ କ୍ଷମା ମାଗୁଛି । ମୁଁ ବହୁତ ସମୟ ଧରି ଲଢ଼ୁଥିଲି କିନ୍ତୁ ଆଜି ହାର ମାନୁଛି । ସିଦ୍ଧାର୍ଥ ତାଙ୍କର ଜଣେ ବିଜନେସ ପାର୍ଟନର୍ ହଇରାଣ କରୁଥିବା ଚିଠିରୁ ଜଣାପଡ଼ୁଛି । ସମସ୍ତେ ତାଙ୍କୁ ଦିନେ ଠିକ୍ ବୁଝିବେ ଓ କ୍ଷମା କରିଦେବେ ବୋଲି ଚିଠିରେ ଲେଖିଛନ୍ତି । ଏହା ସହିତ ଚିଠିରେ ସେ ନିଜର ସମସ୍ତ ସମ୍ପତ୍ତିର ତାଲିକା ଦେଇଛନ୍ତି । ତାଙ୍କ ସମ୍ପତ୍ତି ଅର୍ଥରେ ଋଣ ଟଙ୍କା ପ୍ରତିଶୋଧ କରାଯାଇ ପାରିବ ବୋଲି ସିଦ୍ଧାର୍ଥ ଚିଠିରେ ଲେଖିଛନ୍ତି । ଏଠାରେ ସୂଚନାଯୋଗ୍ୟ କାଫେ କଫି ଡେ ର ପ୍ରତିଷ୍ଠାତା ଭିଜି ସିଦ୍ଧାର୍ଥ ଆସନ୍ତା କାଲିଠୁ ନିଖୋଜ ଅଛନ୍ତି । ମେଙ୍ଗାଲୁରୁ ରୁ ଘରକୁ ଫେରୁଥିବା ସମୟରେ ସିଦ୍ଧାର୍ଥ କାର ଡ୍ରାଇଭରଙ୍କୁ ନେତ୍ରବତୀ ନଦୀର ବ୍ରିିଜ ଉପରେ ଗାଡି ରଖିବାକୁ କହି ଓହ୍ଲାଇଯାଇଥିଲେ । ଏବଂ ଗାଡିକୁ ଫେରିନଥିଲେ । ଡ୍ରାଇଭରଙ୍କ ସୂଚନା ଅନୁଯାଇ ପୁଲିସ ନଦୀରେ ଖାନ୍ ତଲାସି କରୁଥିଲେ ବି ଏଯାଏଁ ସିଦ୍ଧାର୍ଥଙ୍କ ପତ୍ତା ମିଳିପାରିନାହିଁ ।

LEAVE A REPLY

Please enter your comment!
Please enter your name here