ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଡୀଙ୍କ ଭାଇ ଅସୀମ ବାନାର୍ଜୀଙ୍କ ଆଜି ସକାଳେ ଦେହାନ୍ତ ହୋଇଛି । କୋଭିଡରେ ଆକ୍ରାନ୍ତ ହେବା ପରେ ତାଙ୍କ ପରଲୋକ ଘଟିଥିବା କୁହାଯାଇଛି । କୋଭିଡ ପଜିଟିଭ ରିପୋର୍ଟ ଆସିବା ପରେ ହସପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ମୃତ୍ୟୁବେଳକୁ ତାଙ୍କୁ 60 ବର୍ଷ ବୟସ ହୋଇଥିଲା । ପଶ୍ଚିମବଙ୍ଗରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଚବିଶଘଣ୍ଟାରେ 20 ହଜାର 846 ଜଣ ପଡିଟିଭ ଚିହ୍ନଟ ହୋଇଥିବା ବେଳେ 136 ଜଣଙ୍କର ଦେହାନ୍ତ ହୋଇଛି । ଆସନ୍ତାକାଲି ଠାରୁ ପଶ୍ଚିମବଙ୍ଗରେ ଦୁଇ ସପ୍ତାହ ପାଇଁ ଲକ ଡାଉନ ଅବଧି ବୃଦ୍ଧି କରାଯାଇଛି ।

LEAVE A REPLY

Please enter your comment!
Please enter your name here