କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ। କରୋନାକୁ ନ ଡରି ଲୋକଙ୍କ ପାଖରେ ଖବର ପହଞ୍ଚାଉଥିବା ଜଣେ ସାମ୍ବାଦିକଙ୍କ ଆଜି ମୃତ୍ୟୁ ଘଟିଛି । ସାମ୍ବାଦିକ ଜଣକ ହେଉଛନ୍ତି ଆଗ୍ରାର । ଖବର ସଂଗ୍ରହ କରୁଥିବା ବେଳେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଛି । ସେ ଏକ ଖବରକାଗଜ ପାଇଁ କାମ କରୁଥିବା ବେଳେ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ସିଏନ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସିଏନ ମେଡିକାଲର ଆଇସୋଲେସନ ୱାର୍ଡରେ ଚିକିତ୍ସିତ ହେଉଥିଲେ । ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡିଯିବାରୁ ତାଙ୍କୁ ବୁଧବାରଠାରୁ ଭେଣ୍ଟିଲେଟରରେ ରଖାଯାଇଥିଲା । କିନ୍ତୁ ଡାକ୍ତରଙ୍କ ଅନେକ ଚେଷ୍ଟା ସତ୍ତ୍ୱେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଆଗ୍ରାର ଜିଲ୍ଲା ମାଜିଷ୍ଟେଟ୍ ପ୍ରଭୁ ଏନ ସିଂହ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here