ମହାରାଷ୍ଟ୍ରରେ ପ୍ଲାଜମା ଥେରାପି ଦ୍ୱାରା ଚିକିତ୍ସିତ ହେଉଥିବା ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ବୟସ ୫୩ ବର୍ଷ । ସଂକ୍ରମିତ ବ୍ୟକ୍ତି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ଲାଜମାଥେରାପି ଦ୍ୱାରା ଚିକିତ୍ସା କରାଯାଇଥିଲା। ଡାକ୍ତରଖାନାରୁ ମିଳିଥିବା ସୂଚନା ଅନୁଯାୟୀ ରୋଗୀଙ୍କୁ ବିଳମ୍ବରେ ଚିକିତ୍ସା ପାଇଁ ଡାକ୍ତରଖାନା ଅଣାଯାଇଥିଲା। କରୋନା ଭାଇରସ ଯୋଗୁ ସେ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା। ତାଙ୍କୁ ୨୫ ଏପ୍ରିଲରେ ଲିଲାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। କରୋନାରେ ଆକ୍ରାନ୍ତ ଥବା ଜଣାପଡିଥିଲା। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ(ଆଇସିଏମ୍ଆର)ର ଅନୁମତି ମିଳିବା ପରେ ରୋଗୀଙ୍କୁ ପ୍ଲାଜମା ଦିଆଯାଇଥିଲା।
ପୂର୍ବରୁ କରୋନା ଚିକିତ୍ସାରେ ପ୍ଲାଜମା ଥେରାପି ବେଆଇନ ବୋଲି କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ପ୍ଲାଜମା ଥେରାପି ପରୀକ୍ଷାମୂଳକ ଭାବେ କେବଳ ଗବେଷଣା ପାଇଁ ଉଦ୍ଦିଷ୍ଟ। ଚିକିତ୍ସା କ୍ଷେତ୍ରରେ ଏହାର ଉପଯୋଗ ନେଇ କିଛି ସ୍ପଷ୍ଟ କରାଯାଇନଥିବା ଏବଂ ଆଇସିଏମ୍ଆର୍ ଏହାକୁ ନ ଆପଣେଇବା ଲାଗି ପରାମର୍ଶ ଦିଆଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଥିଲେ।

LEAVE A REPLY

Please enter your comment!
Please enter your name here