ପଶ୍ଚିମବଙ୍ଗ ରାଜଧାନୀ କୋଲକାତାର ଏକ ହସ୍ପିଟାଲର ଫାର୍ମାସୀ ଡିପାର୍ଟମେଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି । ଏଥିରେ କେହି ମୃତାହତ ହୋଇଥିବା ସୁଚନା ମିଳିନାହିଁ । ନିଆଁର ଭୟାବହତା ଅଧିକ ଥିବାରୁ ଘଟଣାସ୍ଥଳରେ ୧୦ଟି ଦମକଳ ଗାଡିକୁ ମୃତୟନ କରାଯାଇଛି । ନିଆଁ ଲାଗିବା ପରେ ମେଡିକାଲରେ ଚିକିସôିତ ହେଉଥିବା ୨୫୦ ଜଣ ରୋଗୀଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତରିତ କରାଯାଇଛି । ତେବେ ଏଥିରେ କୌଣସି ରୋଗୀଙ୍କ କିଛି କ୍ଷୟକ୍ଷତି ହୋଇନଥିବା ସୁଚନା ମିଳିଛି । ଏକ ଔଷଧ ଦୋକାନରୁ ନିଆଁ ବ୍ୟାପିଥିବା ସୂଚନା ରହିଛି । ୧୯୪୮ରେ ସ୍ଥାପିତ ଏହି ହସ୍ପିଟାଲ ରାଜ୍ୟର ସର୍ବପୁରାତନ ମେଡିକାଲ କଲେଜ ।

LEAVE A REPLY

Please enter your comment!
Please enter your name here