ଏନ୍ଆରସି ରିପୋର୍ଟ ସମ୍ପର୍କରେ…

ଆସାମ ପରି ରାଜ୍ୟରେ ସର୍ବାଧିକ ବାଂଲାଦେଶୀ ଅନୁପ୍ରବେଶ ଅଭିଯୋଗ ପାକିସ୍ତାନ-ବାଂଲାଦେଶ ବିଭାଜନ ସମୟରୁ ହୋଇଆସୁଥିବା ବେଳେ ଏବଂ ଏସବୁ ବର୍ତ୍ତମାନ ସମୟରେ ମଧ୍ୟ ବଳବତ୍ତର ରହିଥିବା ସନେ୍ଦହ କରି ପ୍ରଥମଥର ପାଇଁ ଆସାମରେ ପ୍ରଥମଥର ପାଇଁ ପ୍ରକୃତ ନାଗରିକ ଚିହ୍ନଟ ପ୍ରକ୍ରି୍ରୟା କରାଯିବାକୁ କେନ୍ଦ୍ର ସରକାର ଚିନ୍ତା କରିଥିଲେ । ନ୍ୟାସ୍ନାଲ ରେଜିଷ୍ଟାର ଅଫ ସିଟିଜେନ୍ (ଏନ୍ଆରସି)କୁ ଏହି ଗୁରୁଦାୟିତ୍ୱ ପ୍ରଦାନ କରାଯାଇଥିଲା । ତେବେ ଏନ୍ଆର୍ସି ପକ୍ଷରୁ ସଦ୍ୟତମ ଜାରି ହୋଇଥିବା ଚୂଡ଼ାନ୍ତ ଡ୍ରାଫ୍ଟ ଅନୁଯାୟୀ ଆସାମରେ ୨କୋଟି ୮୯ଲକ୍ଷ ୮୩ ହଜାର ୬୭୭ଜଣ ବ୍ୟକ୍ତିଙ୍କୁ ନାଗରିକତ୍ୱ ମିଳିଥିବାବେଳେ ୪ଠଲକ୍ଷର ଊଦ୍ଧ୍ୱର୍ ନାଗରିକଙ୍କୁ ଅବୈଧ ଭାବେ ଦର୍ଶାଯାଇଛି । ଆସାମର ନାଗରିକତ୍ୱ ପାଇଁ ମୋଟ୍ ୩କୋଟି ୨୯ଲକ୍ଷ ୯୧ହଜାର ୩୮୪ଜଣ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୪ଠ ଲକ୍ଷ ୭ହଜାର ୭ଠ୭ଜଣଙ୍କ ନାଗରିକତ୍ୱ ବାତିଲ କରାଯାଇଛି । ବାତିଲ ହୋଇଥିବା ବ୍ୟକ୍ତି ବିଶେଷଙ୍କ ପାଖରେ ପର୍ଯ୍ୟାପ୍ତ ଦସ୍ତାବିଜ୍ ନଥିବା ଅଥବା ସେମାନେ ନାଗରିକତ୍ୱ ପ୍ରମାଣିତ କରିବାରେ ବିଫଳ ହେବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଏନ୍ଆର୍ସି ସ୍ପଷ୍ଟ କରିଛି । ଅନ୍ୟପକ୍ଷେ ନାଗରିକତ୍ୱ ବାତିଲ ହୋଇଥିବା ବ୍ୟକ୍ତିଙ୍କୁ ସେମାନଙ୍କ ଅଭିଯୋଗ ଓ ଦାବି ଏନ୍ଆରସି ସମ୍ମୁଖରେ ଉପସ୍ଥାପନ କରିବାକୁ ସମୟ ଓ ସୁଯୋଗ ଦିଆଯିବ ବୋଲି ଏନ୍ଆର୍ସି କର୍ତ୍ତୃପକ୍ଷ କହିଥିଲେ ମଧ୍ୟ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି ।

ଏହା କେନ୍ଦ୍ରର ଗେମ୍ ପ୍ଲାନ୍: ମମତା ବାନାର୍ଜୀ

ଏହି ମାମଲାରେ ସର୍ବାଧିକ ଉତ୍କ୍ଷିପ୍ତ ହୋଇପଡିଥିବା ପ.ବଙ୍ଗ ଶାସକ ଦଳ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏସବୁ ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି । ସେ ଏହାକୁ କେନ୍ଦ୍ରର ଗେମ୍ ପ୍ଲାନ୍ ଭାବେ ଅଭିହିତ କରିବା ସହ ଏପରି କରି କେନ୍ଦ୍ର ସରକାର ବିଭାଜନ ନୀତି ଆପଣାଉଥିବା ଅଭିଯୋଗ କରିଛନ୍ତି । କେନ୍ଦ୍ର ସରକାରଙ୍କ ସବୁବେଳେ ଏହି ଷ୍ଟ୍ରାଟେଜି ରହିଆସିଛି ।  ପ୍ରତ୍ୟେକ ରିପୋର୍ଟକୁ ନିଜ ରାଜନୈତିକ ପ୍ରଣୋଦିତ କରିବାରେ ବିଜେପି ମାହିର । ଏନ୍ଆର୍ସି ତାଲିକା ପ୍ରସ୍ତୁତ ନେଇ ମଧ୍ୟ ବିଜେପିର ଭୋଟ୍ ବ୍ୟାଙ୍କ୍ ରାଜନୀତି ରହିଛି । ପ୍ରଧାନମନ୍ତ୍ରୀ ନିଜେ ଏହା ଉପରେ ସ୍ପଷ୍ଟକରଣ ଦେବା ଉଚିତ୍ ।

ଏହା କେବଳ ଡ୍ରାଫ୍ଟ ରିପୋର୍ଟ, ଚୂଡାନ୍ତ ନୁହେଁ: ରାଜନାଥ

ବିରୋଧୀ ଏନ୍ଆରସି ରିପୋର୍ଟକୁ ନେଇ ଯେଉଁ ଭଳି ରାଜନୀତି କରୁଛନ୍ତି, ତାହା ଠିକ୍ ନୁହେଁ । ଏନ୍ଆରସି ପକ୍ଷରୁ ପ୍ରକାଶିତ ତାଲିକା ଏକ ଡ୍ରାଫ୍ଟ ରିପୋର୍ଟ, ଚୂଡାନ୍ତ ନୁହେଁ । ତେଣୁ ଏଥିରେ ଭୟଭୀତ ହେବାର କିଛି ନାହିଁ । ଯେଉଁମାନେ ଏହି ତାଲିକାରୁ ବଞ୍ଚôତ ରହିଛନ୍ତି, ସେମାନଙ୍କ ପାଖରେ ଆହୁରି ସୁଯୋଗ ରହିଛି, ନିଜକୁ ତାଲିକାରେ ସାମିଲ କରାଇବା ପାଇଁ । ଏନ୍ଆର୍ସି ପକ୍ଷରୁ ମଧ୍ୟ ଅଗଷ୍ଟ ୨୮ତାରିଖରୁ ଏହି ପ୍ରକ୍ରିୟା ଆରମ୍ଭ ହେବ । ପ୍ରକୃତ ହିତାଧିକାରୀମାନେ ନିଜ ପ୍ରମାଣପତ୍ର ସହ ନିଜ ନାଗରିକତ୍ୱ ପରିଚୟ ହାସଲ କରିପାରିବେ । କିନ୍ତୁ ଏହାକୁ ନେଇ ବିରୋଧୀମାନେ ପ୍ରଥମେ ରାଜନୀତି କରିବା ବନ୍ଦ କରନ୍ତୁ ।

କେନ୍ଦ୍ର ସରକାରଙ୍କ ବିଳମ୍ବିତ, ତ୍ରୁଟିଗତ ପ୍ରୟାସ

ଆସାମରେ ଅନୁପ୍ରବେଶକାରୀଙ୍କ ସମ୍ପର୍କରେ ସଠିକ୍ ତଥ୍ୟ ହାସଲ କରିବା ତଥା ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ଏନ୍ଆର୍ସି ତାଲିକାରେ ସ୍ଥାନିତ କରିବାର ପ୍ରକ୍ରିୟା କଂଗ୍ରେସ ସରକାର ସମୟରେ ଆରମ୍ଭ ହୋଇଥିଲା । ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବା ସମୟରେ ଏହାର ରୂପରେଖ ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ବିଜେପି ସରକାର ଏବେ ଏଦିଗରେ ବିଳମ୍ବିତ ତଥା ତ୍ରୁଟିଗତ ପ୍ରୟାସ କରିଛି । ଏନ୍ଆର୍ସି ଡ୍ରାଫ୍ଟ ରିପୋର୍ଟରେ ଥିବା ତ୍ରୁଟି ସଂଶୋଧନ କରି ତୁରନ୍ତ ପ୍ରକୃତ ହିତାଧିକାରୀଙ୍କ ତାଲିକାରେ ସ୍ଥାନିତ କରିବା ଉଚିତ୍ ।

LEAVE A REPLY

Please enter your comment!
Please enter your name here