ଏ ବ୍ୟକ୍ତି ଜଣଙ୍କ ଜଳଖିଆରେ ଖାଆନ୍ତି ୪୦ ପଟ ରୁଟି । କଥାଟା ଆଶ୍ଚର୍ଯ୍ୟ ଲାଗୁଛି ନା । କିନ୍ତୁ ଏହା ହିଁ ସତ । ଏ ବ୍ୟକ୍ତି ପୁଣି କ୍ୱାରେଣ୍ଟିନ୍ ସେଣ୍ଟରରେ ଜଳଖିଆରେ ନେଉଛନ୍ତି ୪୦ ପଟ ରୁଟି । ଯାହାକୁ ନେଇ ଏବେ ସମସ୍ୟା ଉପୁଜିଛି ।
ବିହାରର ବକ୍ସର କ୍ୱାରେଣ୍ଟାଇନ ସେଣ୍ଟରରୁ ଏକ ନିଆରା ଘଟଣା ସାମ୍ନାକୁ ଆସିଛି । ଯୁବକ ପାଇଁ ଭୋଜନର ବ୍ୟବସ୍ଥା କରିବା କ୍ୱାରେଣ୍ଟାଇନ ସେଣ୍ଟରରେ ରକ୍ଷଣା କରୁଥିବା ଲୋକଙ୍କ ପାଇଁ କୌଣସି ଚ୍ୟାଲେଞ୍ଜରୁ କମ ନୁହେଁ । ଯୁବକ ଜଣଙ୍କ କ୍ୱାରେଣ୍ଟାଇନ ସେଣ୍ଟରର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ସେ ଗୋଟିଏ ମିଲରେ ୪୦ଟା ରୁଟି ଏବଂ ଦୁଇ ଥାଳି ଭାତ ଖାଇଥାନ୍ତି । ଆଜିକାଲି ଖାଇବାକୁ ନେଇ ଅନୁପ ଓଝା ମଝବାରୀ ଚର୍ଚ୍ଚାରେ ଅଛନ୍ତି । ଏନେଇ ଅନୁପ ନିଜେ ସ୍ୱୀକାର କରିଛନ୍ତି ଯେ ସେ ଜଳଖିଆରେ ଏକାଥରେ ୩୦-୩୨ପଟ ରୁଟି ଖାଇଯାଆନ୍ତି । ଲୋକେ ତାଙ୍କୁ କ୍ୱାରେଣ୍ଟାନ ସେଣ୍ଟରର କୁମ୍ଭକର୍ଣ୍ଣ ମଧ୍ୟ କୁହନ୍ତି । ସପ୍ତାହେ ପୂର୍ବରୁ କ୍ୱାରେଣ୍ଟାଇନ ସେଣ୍ଟର ଆସିଥିଲେ ଅନୁପ । ପେଟ ପୋଶିବା ପାଇଁ ସେ ରାଜସ୍ଥାନରେ କାମ କରୁଥିଲେ । ଲକଡାଉନ ପାଇଁ ଘରକୁ ଫେରିବା ପରେ ତାଙ୍କୁ ୧୪ଦିନ ପାଇଁ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here