ଓଡିଆ ଭାଷା ପ୍ରେମୀଙ୍କ ପାଇଁ ଗୁଗୁଲ ଆପଣାଇବାକୁ ଯାଉଛି ନୂଆ ଉପାୟ | ଓଡ଼ିଆ ଭାଷାଭାଷୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି ଗୁଗଲ୍‌ । ଦିନକୁ ଦିନ ଇଣ୍ଟରନେଟ୍‌ର ବ୍ୟବହାର ଏବଂ ବ୍ୟବହାରକାରୀଙ୍କ ସଂଖ୍ୟା ବଢୁଥିବା ବେଳେ ଖୁବ୍ ଶୀଘ୍ର ଗୁଗୁଲରେ ସାମିଲ ହେବ ଓଡିଆ ଭାଷା | ଏଣିକି ଆପଣ ଓଡିଆରେ ଲେଖି ଗୁଗୁଲରେ କୌଣସି ବି ତଥ୍ୟ ଖୋଜି ପାରିବେ | ଗୁରୁବାର ନୂଆଦିଲ୍ଲୀଠାରେ ଆୟୋଜିତ ଗୁଗୁଲ ଇଣ୍ଡିଆର ପଂଚମ ବାର୍ଷିକ ଅଧିବେଶନରେ ଏହି ତଥ୍ୟ ସାମ୍ନାକୁ ଆସିଛି | ଚଳିତ ବର୍ଷ ଶେଷ ସୁଦ୍ଧା ଗୁଗୁଲ ତିନିଟି ଭାଷା ସାମିଲ କରିବା ନେଇ ଯୋଜନା ପ୍ରସ୍ତୁତ କରୁଥିବା କହିଛନ୍ତି | ଏହି ତାଲିକାରେ ଓଡିଆ, ଉର୍ଦ୍ଦୁ ଓ ପଂଜାବୀ ରହିଥିବା ଜଣାପଡିଛି | ପୂର୍ବରୁ ଗୁଗୁଲ ତାମିଲ, ତେଲଗୁ, ବଙ୍ଗଳା, ଗୁଜରାଟୀ, ମରାଠୀ, କନ୍ନଡ଼ ଏବଂ ମାଲାୟଲମ୍‌ ଭାଷାକୁ ସ୍ଥାନ ଦେଇଥିବା ବେଳେ ଚଳିତ ବର୍ଷ ଆଉ ୩ଟି ଭାଷାକୁ ‘ଗୁଗଲ୍‌ ଡିସ୍କଭର୍‌’ ଆପ୍ଲିକେସନ୍‌ରେ ଉପଲବ୍ଧ କରିବ |

LEAVE A REPLY

Please enter your comment!
Please enter your name here