ବର୍ତ୍ତମାନ ଆନ୍ଧ୍ରପ୍ରଦେଶ କୁଳପତି ଜି. ନାଗେଶ୍ୱର ରାଓଙ୍କ ଏକ ବିବାଦୀୟ ବୟାନ ସାରାଦେଶରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି. ତାଙ୍କ କହିବା ଅନୁସାରେ, ଷ୍ଟିମ ସେଲ ଅନୁସନ୍ଧାନ, ଟେଷ୍ଟ ଟ୍ୟୁବ୍ ବେବି ଓ ମିସାଇଲର ବ୍ୟବହାର ବହୁ ବର୍ଷ ପୂର୍ବେ ଆରମ୍ଭ କରାଯାଇଥିଲା. ଯାହାର ପ୍ରମାଣ ରାମାୟଣ ଓ ମହାଭାରତରେ ଦେଖିବାକୁ ମିଳିବ. ଷ୍ଟିମ ସେଲ୍ ରିସର୍ଚ୍ଚ ଓ ଟେଷ୍ଟ ଟ୍ୟୁବ୍ ବେବି ଟେକ୍ନିକ ମାଧ୍ୟମରେ ଗୋଟିଏ ମା’ ଠାରୁ ଶହ ଶହ କୌରବ ଥିଲେ ବୋଲି ଶୁକ୍ରବାର ଭାରତୀୟ ବିଜ୍ଞାନ କଂଗ୍ରେସରେ ନିଜ ଅଭିଭାଷଣରେ ଶ୍ରୀ ରାଓ ଏହି କଥା କହିଛନ୍ତି. ଏହି ଘଟଣା ପାଖାପାଖି ଏକ ହଜାର ବର୍ଷ ପୂର୍ବେ ହୋଇଥିଲା ଓ ଦେଶରେ ଏହି ବିଜ୍ଞାନ ମଧ୍ୟ ଥିଲା. 4 ବର୍ଷ ପୂର୍ବେ ଷ୍ଟିମ୍ ସେଲର ସନ୍ଧାନ ଦେଶରେ ଥିଲା. ଆଉ ଗୋଟିଏ କଥା ହେଲା, ଯେତେବେଳେ ରାମ କୌଣସି ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲେ, ଯାହା ଲକ୍ଷ୍ୟ ପିଛା କରୁଥିଲା ଏବଂ ମାରିବା ପରେ ତାହା ପୁଣି ଫେରିଆସୁଥିଲା. ତାହେଲେ ଏ ସବୁ କିପରି ସମ୍ଭବ ହେଉଥିଲା? ଏହି କଥା ପ୍ରମାଣ ଦେଉଛି ଯେ, ନିର୍ଦ୍ଦେଶିତ ମିସାଇଲର ବ୍ୟବହାର ବହୁ ବର୍ଷ ପୂର୍ବେ ଭାରତରେ ଥିଲା.