ଚାନ୍ଦା ଆଦାୟ ପାଇଁ ଆରମ୍ଭ ହେଲା ମୋଦୀଙ୍କ ନୂଆ ମୋବାଇଲ ଆପ୍ ‘ମୁଁ ନୁହେଁ ଆମେ’. ମୋଦୀ ତାଙ୍କର ଏହି ନୂଆ ଆପ୍ ମାଧ୍ୟମରେ ଲୋକଙ୍କଠୁ ଚାନ୍ଦା ସଂଗ୍ରହ କରିବେ. ରାଷ୍ଟ୍ରସେବା ପାଇଁ ମୋଦୀ ଏହି ଆପ୍ ଜରିଆରେ ଲୋକଙ୍କ ପାଖରେ ପହଞ୍ଚିବେ ବୋଲି କହିଛନ୍ତି. ତେବେ ଗତ ମଙ୍ଗଳବାର ଦିନ ମୋଦୀ ନିଜର ଏହି ଆପ୍ ମାଧ୍ୟମରେ ଭାରତୀୟ ଜନତା ପାର୍ଟିକୁ 1000 ଟଙ୍କା ଦାନ କରିଛନ୍ତି ଓ ଜନତାଙ୍କୁ ଏହି ଆପ୍ ଜରିଆରେ ଦାନ କରିବା ପାଇଁ ଅପିଲ୍ ମଧ୍ୟ କରିଛନ୍ତି. ପ୍ରଧାନମନ୍ତ୍ରୀ କହିଛନ୍ତି, ମୋବାଇଲ୍ ଆପ୍ ମାଧ୍ୟମରେ ଲୋକେ 1000 ଟଙ୍କାରୁ ଆରମ୍ଭ କରି 5000 ଟଙ୍କା ପର୍ଯ୍ୟନ୍ତ ଦାନ ଦେଇପାରିବେ. ଯାହାଫଳରେ ଲୋକଙ୍କ ସହଯୋଗ ଓ ଅବଦାନ ଦ୍ୱାରା ଆମର କର୍ମକର୍ତ୍ତାମାନେ ରାଷ୍ଟ୍ରର ସେବା କରିବାକୁ ଅଧିକରୁ ଅଧିକ ପ୍ରେରଣା ପାଇପାରିବେ. ତେବେ ମୋଦୀଙ୍କୁ ବାଦ୍ ଦେଲେ ପାର୍ଟିର ଅଧ୍ୟକ୍ଷ ଅମିତ୍ ଶାହା ଓ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜ ମଧ୍ୟ ଏହାକୁ ସଫଳ କରିବା ପାଇଁ ନିଜର ଯୋଗଦାନ ଦେଇଛନ୍ତି.

LEAVE A REPLY

Please enter your comment!
Please enter your name here