ସିବିଆଇରେ କଳି. ଦେଶର ମୁଖ୍ୟ ତଦନ୍ତକାରୀ ସଂସ୍ଥା ସିବିଆଇର ଡାଇରେକ୍ଟର ଆଲୋକ ବର୍ମା ଓ ସ୍ପେଶାଲ ଡାଇରେକ୍ଟର ରାକେଶ ଆସ୍ଥାନାଙ୍କ ମଧ୍ୟରେ ଅନ୍ତର୍ଦ୍ବନ୍ଦ ତୀବ୍ର ହେବା ଯୋଗୁ ଦୁଇ ବରିଷ୍ଠ ଅଧିକାରୀଙ୍କୁ ସରକାର ଛୁଟିରେ ପଠାଇ ଦେଇଛନ୍ତି. ସିବିଆଇର ଜଏଣ୍ଟ ଡାଇରେକ୍ଟର ଏମ. ନାଗେଶ୍ବର ରାଓଙ୍କୁ ମଧ୍ୟବର୍ତ୍ତିକାଳୀନ ମୁଖ୍ୟ ଭାବେ ଦାୟିତ୍ବ ଦିଆଯାଇଛି. ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ନିଯୁକ୍ତି କମିଟି ଏହି ନିଷ୍ପତ୍ତି ନେଇଛି. ଆଲୋକ ବର୍ମା ଓ ରାକେଶ ଆସ୍ଥାନାଙ୍କ ନିକଟରୁ ସମସ୍ତ କ୍ଷମତା କାଢି ନିଆଯାଇଛି. ତେବେ ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରୀୟ ଭିଜିଲାନ୍ସ କମିଶନଙ୍କ ନିକଟରେ ଆଲୋକ ବର୍ମାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ତାଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି. ସିବିଆଇର ଏହି ଦୁଇ ବରିଷ୍ଠ ଅଧିକାରୀଙ୍କ କଳି ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛି. ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ରାକେଶ ଆସ୍ଥାନା ଓ ସିବିଆଇର ଜଣେ ଡିଏସପି ଦେବେନ୍ଦ୍ର ସିଂଙ୍କ ବିରୋଧରେ ଦୁର୍ନୀତି ଓ ରେକର୍ଡ ଜାଲିଆତି କରିଥିବା ଅଭିଯୋଗର ଶୁଣାଣୀ କରି ସ୍ଥିତାବସ୍ଥା ରଖିବାକୁ ଆଦେଶ ଦେଇଛନ୍ତି. ଦେବେନ୍ଦ୍ର ସିଂଙ୍କୁ ପୋଲିସ ଗିରଫ କରିଛି. ଡାଇରେକ୍ଟର ଆଲୋକ ବର୍ମା ସରକାରଙ୍କ ଛୁଟି ଆଦେଶନାମାକୁ ହାଇକୋର୍ଟରେ ଚାଲେଞ୍ଜ କରିଛନ୍ତି. ଏହି ମାମଲାର ଶୁଣାଣୀ 26 ତାରିଖରେ କରିବାକୁ ହାଇକୋର୍ଟ ସମୟ ଧାର୍ଯ୍ୟ କରିଛନ୍ତି.

 

 

LEAVE A REPLY

Please enter your comment!
Please enter your name here