ସିବିଆଇ ନିର୍ଦ୍ଦେଶକ ପଦରୁ ଆଲୋକ ବର୍ମାଙ୍କ ଇସ୍ତଫା ପରେ ଏବେ ସ୍ପେଶାଲ ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ମଧ୍ୟ ସିବିଆଇରୁ ବିଦା ହେବାକୁ ପଡିଛି. ତେବେ ଅସ୍ଥାନାଙ୍କ ସହ ଜଏଣ୍ଟ ଡାଇରେକ୍ଟର ଏକେ ଶର୍ମା, ଡିଆଇଜି ଏମକେ ସିହ୍ନା ଏବଂ ଏସପି ଜୟନ୍ତ ନ୍ୟାକନାବରେଙ୍କୁ ମଧ୍ୟ ବିଦା ହେବାକୁ ପଡିଛି ସିବିଆଇରୁ. ମିଳିଥିବା ସୂଚନା ଅନୁସାରେ, କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଏକ ନୋଟିସ ଜାରି କରିଛନ୍ତି, ଯେଉଁଥିରେ ମନ୍ତ୍ରୀ ମଣ୍ଡଳର ନିଯୁକ୍ତି ସମିତି ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିବା ଉଲ୍ଲେଖ ରହିଛି. ବର୍ତ୍ତମାନ ରାକେଶ ଅସ୍ଥାନାଙ୍କୁ ସିଭିଲ ଏଭିଏସନ ସିକ୍ୱିରିଟିର ମୁଖ୍ୟ ବନାଯାଇପାରେ ବୋଲି ସୂଚନା ମିଳିଛି. ନ୍ୟାକନାବେରଙ୍କୁ ଛାଡି ଆଉ ଯେଉଁମାନେ ରହିଲେ, ସେମାନେ ରାକେଶଙ୍କ ମାମଲାର ମୁଖ୍ୟ ବୋଲି କୁହାଯାଉଛି. ତେବେ ନ୍ୟାକନାବରେ ନିଜର ପୁରୁଣା ମହାରାଷ୍ଟ୍ର କ୍ୟାଡରକୁ ଫେରିପାରନ୍ତି ଏବଂ ଅନ୍ୟପଟେ ଯେଉଁ ଅଧିକାରୀ ରହିଲେ, ସେମାନଙ୍କୁ କେନ୍ଦ୍ରର ଅନ୍ୟ ବିଭାଗରେ ରଖାଯିବ ବୋଲି କୁହାଯାଇଛି.

LEAVE A REPLY

Please enter your comment!
Please enter your name here