ମୃତ ଯୁବକଙ୍କ ଶବକୁ ନେଇ ହସ୍ପିଟାଲରେ ଉତେଜନା | ୭ ଜଣ ମହିଳା ହସ୍ପିଟାଲ ପରିସରରେ ହୋ ହାଲା କରିଛନ୍ତି | ତାଙ୍କ ଦାବି ଶୁଣିଲେ ଆପଣମାନେ କିଛି କ୍ଷୀଣ ପାଇଁ ସ୍ତବ୍ଧ ହୋଇଯିବେ | ସମସ୍ତ ମହିଳା ମାନଙ୍କର ଦାବି ରହିଛି ମୃତ ବ୍ୟକ୍ତି ଜଣଙ୍କ କୁଆଡେ ତାଙ୍କ ସ୍ୱାମୀ | ତେବେ ଜଣଙ୍କର ୭ ଟି ପତ୍ନୀ ? ଏମିତି କେମିତି ? ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଏହି ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡର ହରିଦ୍ୱାରରେ | ମୃତକ ପୱନ୍‌ କୁମାର | ସେ ଜଣେ ଗାଡି ଡ୍ରାଇଭର | ଆର୍ଥିକ ସମସ୍ୟାକୁ କେନ୍ଦ୍ର କରି ସେ ଆତ୍ମହତ୍ୟା କରିଥିବା ଜଣାପଡିଛି | ତେବେ ତାଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ହସ୍ପିଟାଲ ପରିସରରେ ଜମିଥିଲା ମହିଳା ମାନଙ୍କ ଭିଡ | ପ୍ରାୟ ୭ ଜଣ ମହିଳା ଜଣେ ବ୍ୟକ୍ତଙ୍କ ସ୍ୱାମୀ ବୋଲି କହିବା ସହ ତାଙ୍କର ଶବ ନେବାକୁ ଦାବି କରିଥିଲେ | ଆଉ ମଜାଦାର କଥା ହେଉଛି ଏହି ସ୍ତ୍ରୀଲୋକମାନେ ଅନ୍ୟ ମହିଳାଙ୍କ ବାବଦରେ ଜମାରୁ ଜାଣିନଥିଲେ । ବହୁ ବାଦ ବିବାଦ ଓ ଯୁକ୍ତି ତର୍କ ପରେ ଶେଷରେ ଏହି ବ୍ୟକ୍ତିଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି ।

LEAVE A REPLY

Please enter your comment!
Please enter your name here