ଜମ୍ମୁ କଶ୍ମୀରରେ ଆରମ୍ଭ ହୋଇଛି ମୁ୍ୟନିସପାଲିଟି ନିର୍ବାଚନ ପାଇଁ ଭୋଟିଂ । କଡା ସୁରକ୍ଷା ମଧ୍ୟରେ ସୋମବାର ଆରମ୍ଭ ହୋଇଛି ମତଦାନ । ଭୋଟ ବର୍ଜନ ଲାଗି ଆତଙ୍କବାଦୀଙ୍କ ତାଗିତ ସତ୍ତ୍ୱେ ଲୋକମାନେ ଧାଡିବାନ୍ଧି ବହୁସଂଖ୍ୟାରେ ମତଦାନ କେନ୍ଦ୍ରରେ ଭୋଟ ଦେଉଥିବା ଦେଖିବାକୁ ମିଳିଛି । ଦୁଇ ପ୍ରମୁଖ ରାଜନୈତିକ ଦଳ ପିଡିପି ଏବଂ ନେସନାଲ କନଫରେନ୍ସ ଦ୍ୱାରା ନିର୍ବାଚନ ବର୍ଜନ ସତ୍ତ୍ୱେ ପ୍ରଥମ ପର୍ଯ୍ୟାୟରେ ଜମ୍ମୁକଶ୍ମୀର ଓ ଲଦାଖ ଅ୍ୟଞ୍ଚଳର ୪୨୨ଟି ୱାର୍ଡ ପାଇଁ ଭୋଟିଂ ସକାଳ ୭ଟାରୁ ଆରମ୍ଭ ହୋଇଛି । ଏବଂ ଅପରାହ୍ନ ୪ଟାରେ ଶେଷ ହେବ । ମତଦାନ ହେଉଥିବା ଅଞ୍ଚଳରେ ରାଜ୍ୟ ସରକାର ଆଜି ଛୁଟି ଘୋଷଣା କରିଛନ୍ତି । ଶ୍ରୀନଗରର ଆଚାବଲ, ବନ୍ଦିପୋରା, ବାରମୂଳା, ବଡାଗାମ , ଚାଦୁର ,ଦେବସାର, କୁପୱାରା, କୁଲଗାମରେ ମତଦାନ ହେଉଥିବାବେଳେ କଶ୍ମୀରର କ୍ୱାଜିଗୁଣ୍ଡ , ଲେହ ଏବଂ ଲଦାଖର କାରଗୀଲରେ ଲୋକମାନେ ବହୁସଂଖ୍ୟାରେ ଭୋଟ ଦେବାକୁ ଆସିଥିବା ଦେଖିବାକୁ ମିଳିଛି । ସୁରକ୍ଷା ଦୃଷ୍ଟିରୁ ଦକ୍ଷୀଣ କଶ୍ମୀରରେ ମୋବାଇଲ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି । ଜାମ୍ମୁ ଅଞ୍ଚଳର ୨୪୭ଟି ୱାର୍ଡ, କଶ୍ମୀର ଉପତ୍ୟକାରେ ୧୪୯ଟି ଏବଂ ଲଧାଖର ୨୬ଟି ୱାର୍ଡ ପାଇଁ ୧୨୮୩ଜଣ ପ୍ରାର୍ଥୀଙ୍କର ଆଜି ଭାଗ୍ୟ ନିର୍ଦ୍ଧାରଣ ହେବ ।

LEAVE A REPLY

Please enter your comment!
Please enter your name here