ଶୁକ୍ରବାର ପ୍ରକାଶ ପାଇଛି ଜେଇଇ ଆଡଭାନ୍ସ ରେଜଲ୍ଟ । ମହାରାଷ୍ଟ୍ରର କାର୍ତ୍ତିକେୟ ଗୁପ୍ତା ସର୍ବ ଭାରତୀୟ ସ୍ତରରେ ସର୍ବାଧିକ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଓଡ଼ିଶାର ସାୟନ୍ତନ ଧର  ୫୧ ରାଙ୍କ ରଖି ଓଡ଼ିଶା ଟପ୍ପର ହୋଇଛନ୍ତି । ପରୀକ୍ଷାର୍ଥୀମାନେ ଙ୍ଗଙ୍ଗଙ୍ଗ.ହରରବୟଙ୍ଖ.ବମ.ସଦ୍ଭ ୱେବ୍‌ସାଇଟ୍‌ ଜରିଆରେ ନିଜର ଫଳାଫଳ ଦେଖି ପାରିବେ । ଚଳିତ ବର୍ଷ ୧ ଲକ୍ଷ ୬୧ ୩୧୯ ଜଣ ପରୀକ୍ଷାର୍ଥୀ ଉଭୟ ପେପର୍‌-୧ ଓ ପେପର୍‌-୨ ପାଇଁ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୩୮ ହଜାର ୭୦୫ ଜଣ କୃତକାର‌୍ୟ୍ୟ ହୋଇଛନ୍ତି । ଏଥିରେ ୫,୩୫୬ଜଣ ଛାତ୍ରୀ ରହିଛନ୍ତି । ପରୀକ୍ଷାରେ ଟପ୍ପର ହୋଇଥିବା ଛାତ୍ର କାର୍ତ୍ତିକେୟ ଚନ୍ଦ୍ରେଶ ଗୁପ୍ତା ୩୭୨ ନମ୍ବରରୁ ୩୪୬ ନମ୍ବର ରଖିଛନ୍ତି । ଆହ୍ଲାବାଦର ହିମାଂଶୁ ସିଂହ ଦ୍ୱିତୀୟ ଓ ଦିଲ୍ଲୀର ଅର୍ଚ୍ଚିତ ବୁବ୍‌ନା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଛାତ୍ରୀଙ୍କ ମଧ୍ୟରେ ସାହାୟ ସବ୍‌ନମ୍‌ ୩୦୮ ନମ୍ବର ରଖି ୧୦ ନମ୍ବର ରାଙ୍କରେ ଅଛନ୍ତି

LEAVE A REPLY

Please enter your comment!
Please enter your name here