ଛତିଶଗଡ କୋଆକୋଣ୍ଡାରେ ମାଓବାଦୀ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏନ୍‌କାଉଣ୍ଟରରେ ଦୁଇ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । କୋଆକୋଣ୍ଡା ଥାନା ଅନ୍ତର୍ଗତ ଧନୀକାରକା ଜଙ୍ଗଲରେ ମାଓବାଦୀମାନେ ଲୁଚି ରହିଥିବା ନେଇ ଡିଷ୍ଟ୍ରିକ୍‌ଟ ରିଜର୍ଭ ଗାର୍ଡ (ଡିଆର୍‌ଜି) ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲା । ଏହି ସମୟରେ ସୁରକ୍ଷାବାହିନୀ ଓ ଲାଲବାହିନୀ ମୁହାଁମୁହିଁ ହୋଇଥିଲେ । ତେବେ ଡିଆର୍‌ଜି ଯବାନଙ୍କ ଗୁଳିରେ ଦୁଇ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି । ସଂପୃକ୍ତ ଅଂଚଳରେ ସର୍ଚ୍ଚ ଅପରେସନ୍‌ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here