ଦେଢମାସ ଶିଶୁର ଅଣ୍ଟାରେ ହୋଇଛି ଟ୍ୟୁମର୍ ଭଳି ମାରାତ୍ମକ ରୋଗ. ରୋଗ କେତେବେଳେ, କାହାକୁ ଓ କେମିତି ଆସେ ତାହା କେହି ଜାଣିନଥାନ୍ତି. ତେବେ ସେଭଳି ହୃଦୟ ବିଦାରକ ଘଟଣା ଘଟିଛି ଜଣେ ନିଷ୍ପାପ ଶିଶୁଠାରେ. ଶିଶୁଟି ଏମିତି କ’ଣ ଭୁଲ୍ କରିଛି ଯେ, ଭଗବାନ ତାକୁ ଏପରି କଷ୍ଟ ଦେଇଛନ୍ତି ? ଏହି ରୋଗ ପାଇଁ ସେ ପ୍ରତ୍ୟେକ ଦିନ ଜୀବନ ମରଣ ସହ ଲଢେଇ କରୁଛି. ଆଜ୍ଞା ହଁ, ଏପରି ଘଟଣା ଦେଖିବାକୁ ମିଳିଛି, ଇନ୍ଦୋର, ମଧ୍ୟପ୍ରଦେଶର ସୁରତୀପୁରା ଗାଁର ଦେଢମାସର ଶିଶୁ ଭାରତୀଙ୍କ ଠାରେ. ଘଟଣା ଅନୁସାରେ, ବଲବାଡାର ସ୍ୱାସ୍ଥ୍ୟକେନ୍ଦ୍ର ଠାରେ 5 ଅଗଷ୍ଟରେ ଶିଶୁଟି ଜନ୍ମ ଗ୍ରହଣ କରିଥିଲା. ସେଠାରେ ଶିଶୁଟିର ଅଣ୍ଟାରେ ଟ୍ୟୁମର୍ ହୋଇଥିବା ସହ ଗୋଟିଏ ଆଖି ମଧ୍ୟ ଖରାପ ଥିବା ଦେଖି ବାପା ଓ ମା ଆଶ୍ଚର୍ଯ୍ୟ ହୋଇଯାଇଥିଲେ. କିନ୍ତୁ ଏପରି ଅବସ୍ଥା ଦେଖିବା ପରେ ଡାକ୍ତର ତାର ଚିକିତ୍ସା କରିବା ପରିବର୍ତ୍ତେ ଗୋଟିଏ ଦିନ ରଖି ତା ପର ଦିନ ଡିସଚାର୍ଜ କରିଦେଇଥିଲେ. ଗାଁକୁ ଫେରିବା ପରେ ଶିଶୁଟିକୁ ଜିଲ୍ଲା ହସ୍ପିଟାଲକୁ ନେବା ପାଇଁ ଲୋକେ ପରାମର୍ଶ ଦେଇଥିଲେ. ତା ପରେ 9 ସେପ୍ଟେମ୍ବରରେ ଇନ୍ଦୋର ଜିଲ୍ଲା ହସ୍ପିଟାଲକୁ ନେଲା ପରେ ଡାକ୍ତର କହିଲେ 25 କିମ୍ବା 26 ତାରିଖ ଆଡକୁ ଆସ. ଶିଶୁଟିର ଅସ୍ତ୍ରୋପଚାର ବଦଳରେ ଖାଲି ତାରିଖ ପରେ ତାରିଖ ଦେଉଥିବା ବାପା ମଦରା ସିଂ କହିଛନ୍ତି. ଶିଶୁଟିକୁ ତା ମା ପାଖରେ ରଖ କାରଣ ତାର ଆଉ ବଞ୍ଚିବା ସମ୍ଭବ ନୁହେଁ ବୋଲି ଡାକ୍ତର କହିଛନ୍ତି. ଦିନ ମଜୁରୀ କରୁଥିବା ମଦରା ସିଂ କହିଛନ୍ତି ମୋ ଝିଅକୁ ଏବେ ଭଗବାନ ହିଁ ଭରସା.

LEAVE A REPLY

Please enter your comment!
Please enter your name here