ତିହାର ଜେଲରେ ପହଁଚି କଂଗ୍ରେସ ନେତା ପି. ଚିଦାମ୍ୱରମ୍ ଙ୍କୁ ଭେଟିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ | ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ତିହାର ଜେଲରେ ପି. ଚିଦାମ୍ୱରମ୍ ଥିବା ବେଳେ ସୋମବାର କଂଗ୍ରେସ ଅଧ୍ୟକ୍ଷା, ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଦାମ୍ୱରମଙ୍କ ପୁଅ କାର୍ତ୍ତୀ ଚିଦାମ୍ୱରମ ସାକ୍ଷାତ କରିଛନ୍ତି | ୨୦୦୭ ମସିହାର ଚିଦାମ୍ୱରମ ଅର୍ଥମନ୍ତ୍ରୀ ଥିବା ବେଳେ ଆଇଏନଏକ୍ସ ମିଡିଆରେ ବିଦେଶୀ ପୁଞ୍ଜିନିବେଶ ପାଇଁ ବେଆଇନ ଭାବରେ ଅନୁମତି ଦେଇଥିବା ଅଭିଯୋଗରେ ସିବିଆଇ ଦ୍ୱାରା ଗିରଫ ହେବା ପରେ ଏବେ ତିହାର ଜେଲରେ ରହିଛନ୍ତି |
ସେପଟେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ହାଓଡି ମୋଦି’ କାର୍ଯ୍ୟକ୍ରମକୁ ନେଇ ଟୁଇଟ୍ କରି ସମାଲୋଚନା କରିଛନ୍ତି କଂଗ୍ରେସ ନେତା ପି. ଚିଦାମ୍ୱରମ୍ | ଦେଶରେ ବେରୋଜଗାର, କମ୍ ଦରମା, ହିଂସା, କଶ୍ମୀରରେ ବିରୋଧୀ ନେତାଙ୍କୁ ବନ୍ଦୀ କରିବା ଇତ୍ୟାଦି ରହିଥିବା ବେଳେ ଏହାବାଦ୍ ସବୁ କିଛି ଠିକଠାକ୍ ରହିଛି ବୋଲି କିପରି କହିଛନ୍ତି, ସେ ନେଇ ପି. ଚିଦାମ୍ୱରମ୍ ଟୁଇଟ୍ କରି ସମାଲୋଚନା କରିଛନ୍ତି |

LEAVE A REPLY

Please enter your comment!
Please enter your name here