ଲୋକପ୍ରିୟ କମେଡିଆନ ଭାରତୀ ସିଂଙ୍କ ମୁମ୍ବାଇସ୍ଥିତ ଘରେ ଏନସିବି ରେଡ୍ କରିଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଭାରତୀଙ୍କ ଘରୁ ଗଞ୍ଜେଇ ଜବତ କରିଛି । ଆଜି ସକାଳୁ ହଠାତ୍ ଭାରତୀ ସିଂଙ୍କ ଘରେ ପହଁଞ୍ଚିଥିଲେ ଏନସିବିର ଅଧିକାରୀ । ଏହି ସମୟରେ ଘରେ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ଉପସ୍ଥିତ ଥିଲେ । ଏନସିବି ଅଧିକାରୀ ଘରେ ଚଢାଉ କରିଥିଲେ । ଏବଂ ଭିତରୁ କିଛି ଗଞ୍ଜେଇ ଜବତ କରିଥିଲେ ।କିଛି ଦିନ ତଳେ ଡ୍ରଗ୍ସ ପେଡଲରଙ୍କୁ ପଚରାଉଚରାବେଳେ ସାମ୍ନାକୁ ଆସିଥିଲା ଭାରତି ସିଂଙ୍କ ନାଁ । ଆଜି ତାଙ୍କ ଘରେ ଅଚାନକ ପହଁଞ୍ଚି ଚଢାଉ କରିଛି ଏନସିବି । ଲୋକପ୍ରିୟ ସୋ କପିଲ ଶର୍ମା ସୋରେ ଭାରତୀ ଅଭିନୟ କରିଛନ୍ତି । ଏଥିସହ କିଛି ଡ୍ୟାନ୍ସ ରିଅଲିଟି ସୋ ଏବଂ ହୋଷ୍ଟ କରୁଛନ୍ତି ଭାରତୀ ।

LEAVE A REPLY

Please enter your comment!
Please enter your name here