ପେଟ୍ରୋଲ ଓ ଡିଜେଲ ଦର ଏବେ ଆକାଶ ଛୁଆଁ ହୋଇଛି । ରବିବାର ସୁଦ୍ଧା ତେଲ ଦର ପାଖାପାଖି ୯୦ ଟଙ୍କା ଛୁଇଁଲାଣି । ଏହାକୁ ନେଇ ସାରା ଦେଶରେ ବିରୋଧୀ ବିକ୍ଷୋଭ ଆରମ୍ଭ କରିଛନ୍ତି । ଅନ୍ୟପଟେ ତୈଳଦର ବୃଦ୍ଧିକୁ ନେଇ ଭାଜପାକୁ ଘେରିଛି ଶିବସେନା । ମୁମ୍ବାଇର ଶିବସେନା ମୁଖ୍ୟାଳୟ ଶିବସେନା ଭବନ ସମ୍ମୁଖରେ ଦଳ ପକ୍ଷରୁ ପୋଷ୍ଟର ଲଗାଯାଇଛି । ଏଥିରେ ୨୦୧୫ରୁ ୧୮ ମଧ୍ୟରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦାମ ଲେଖାଯାଇଥିବାବେଳେ ୟହି ହୈ ଅଚ୍ଛଦିନ ବୋଲି ମଧ୍ୟ ଲେଖାଯାଇଛି ।

LEAVE A REPLY

Please enter your comment!
Please enter your name here