ବାମହାତୀ ଓପନିଂ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର ମଙ୍ଗଳବାର କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଏହା ତାଙ୍କ କ୍ରିକେଟ କ୍ୟାରିୟରର ସବୁଠାରୁ ଦୁଃଖଦାୟକ ନିଷ୍ପତ୍ତି ହୋଇଥିଲେ ସୁଦ୍ଧା ସାଂପ୍ରତିକ ସ୍ଥିତିରେ ଏହାର ବିକଳ୍ପ ନାହିଁ ବୋଲି ଗମ୍ଭୀର ନିଜେ ଟୁଇଟ କରିଛନ୍ତି ।
୩୭ ବର୍ଷ ବୟସରେ ବାଂଲାଦେଶ ବିପକ୍ଷରେ ଦିନିକିଆ ମ୍ୟାଚ ଖେଳି ନିଜର ଆନ୍ତର୍ଜାତିକ କ୍ୟାରିୟର ଆରମ୍ଭ କରିଥିଲେ ଗମ୍ଭୀର । ବିଗତ ୧୫ ବର୍ଷ ମଧ୍ୟରେ ସେ ୫୮ଟି ଟେଷ୍ଟ ଖେଳି ୯ଟି ଶତକ ସହ ୪୧୫୪ ରନ ସ୍କୋର କରିଥିବାବେଳେ ୧୪୭ଟି ଦିନିକିଆରୁ ୩୯.୬୮ହାରରେ ୫୨୩୮ରନ ସ୍କୋର କରିଛନ୍ତି । ଏଥିମଧ୍ୟରେ ୧୧ଟି ଶତକ ଓ ୩୪ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ । ଏହାବ୍ୟତୀତ ୩୭ଟି ଟି-୨୦ରୁ ଗମ୍ଭୀର ୨୭.୪୧ହାରରେ ୯୩୨ ରନ କରିଛନ୍ତି । ଆଇପିଏଲର ପ୍ରଥମ ତିନୋଟି ସିଜିନ ସେ ଦିଲ୍ଲୀ ଡେୟାରଡେଭିଲ୍ସକୁ ପ୍ରତିନିଧିତ୍ୱ କରିଥିବାବେଳେ ୨୦୧୧ରେ କୋଲକାତା ନାଇଟ ରାଇଡର୍ସ ୨.୪ ନିୟୁତ ଡଲାର ପ୍ରାୟ ୧୪ କୋଟି ରେ ତାଙ୍କୁ କିଣିଥିଲା । ଗମ୍ଭୀର କୋଲକାତା ନାଇଟ ରାଇଡର୍ସର ନେତୃତ୍ୱ ନେଇ ୨୦୧୨ ଓ ୨୦୧୪ରେ ଦଳକୁ ଆଇପିଏଲ ଚାମ୍ପିୟନ କରାଇଥିଲେ । ଚଳିତବର୍ଷ ସେ ପୁଣି ଦିଲ୍ଲୀ ଡେୟାର ଡେଭିଲ୍ସକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

LEAVE A REPLY

Please enter your comment!
Please enter your name here