ଦିଲ୍ଲୀ ଏମସରେ ହେବ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଚିକିତ୍ସା । କିଛି ମାସ ହେବ ଅସୁସ୍ଥ ଥିବା ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକର ଆଜି ଚିକିତ୍ସା ପାଇଁ ଅଖିଳ ଭାରତୀୟ ଆୟୁର୍ବିଗ୍ୟାନ ସଂସ୍ଥାନକୁ ସ୍ଥାନାନ୍ତର ହୋଇଛନ୍ତି । ଚାର୍ଟଡ ବିମାନ ଯୋଗେ ସେ ପଣଜୀରୁ ଦିଲ୍ଲୀ ଅଭିମୁଖେ ଯାଇଛନ୍ତି । ପାରିକରଙ୍କୁ ଦିଲ୍ଲୀ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ପ୍ରକାର ବ୍ୟବସ୍ଥା କରୁଥିବା ସୁଚନା ମିଳୁଛି । ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ଥଫା ଦେବାକୁ କହିଥିବା କଥା ଶୁକ୍ରବାର ଦିନ ଭାରତୀୟ ଜନତା ପାର୍ଟି ସୁତ୍ରରୁ ଜଣାପଡିବା ପରେ ବିଭିନ୍ନ ଗୁଜବ ଉଠୁଥିଲା ।
ଆଜି ଗୋଆର ବିଧାନସଭାର ଉପବାଚସ୍ପତି ମାଇକେଲ ଲୋବୋ ସନେ୍ଦହ ମୋଚନ କରି କହିଛନ୍ତି ଯେ, ପାରିକର ଗୋଆର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ । ଅଗ୍ନାଶୟ ବେମାରିରେ ଆକ୍ରାନ୍ତ ୬୨ ବର୍ଷିୟ ପାରିକର । ଆମେରିକାରୁ ଫେରିବାର ମାସେ ପରେ ଗୋଆର କୋଣ୍ଡୋଲିମ ଠାରେ ଥିବା ଏକ ଘରୋଇ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here