ସପିଂର ତରିକା ବଦଳାଇଦେଲାଣି ଅନଲାଇନ୍ ବିକ୍ରୀ । ଏବେ ଅନଲାଇନରେ ସପିଂ କରିବାକୁ ସମସ୍ତେ ପସନ୍ଦ କରୁଛନ୍ତି । ଆଗରୁ ଲୋକମାନେ ମାର୍କେଟ ଯାଇ ଅଫଲାଇନ ସପିଂ କରୁଥିଲେ । କିନ୍ତୁ ଏବେ ପେମେଣ୍ଟ ଠାରୁ ଆରମ୍ଭ କରି ସପିଂ ପର୍ଯ୍ୟନ୍ତ ସବୁ ଅନଲାଇନ୍ ମାଧ୍ୟମରେ ଚାଲୁଛି । ଏହାର ମୁଖ୍ୟ କାରଣ ହେଉଛି ଅନଲାଇନ୍‌ରେ ସବୁ ଜିନିଷ ଶସ୍ତାରେ ପାଉଛନ୍ତି ଲୋକେ । ଆଇ ଫୋନ୍‌-୧୩ କୁ ଫ୍ଲିପକାର୍ଟ ଏବଂ ଆମାଜନରେ ଲୋକେ ୫୦ ହଜାରରୁ କମ ଦାମରେ କିଣୁଛନ୍ତି । କିନ୍ତୁ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଥାଏ କି ଅନଲାଇନରେ କାହିଁକି ଏତେ ଶସ୍ତାରେ ବ୍ରାଣ୍ଡ ଜିନିଷ ମିଳେ । ଯେଉଁ ବ୍ରାଣ୍ଡ ଅଫଲାଇନରେ ଅଧିକ ଦାମରେ ବିକ୍ରୀ ହୁଏ ସେହି ଜିନିଷକୁ କେମିତି କମ୍ ଦାମରେ ବିକ୍ରୀ କରୁଛି ।

ଏମଏସଏମଇଏସକୁ ପ୍ରୋତ୍ସାହିତ କରି ଆମାଜନ ଏବଂ ଫ୍ଲିପକାର୍ଟ ଶସ୍ତାରେ ଅଧିକ ସାମଗ୍ରୀ ବିକ୍ରୀ କରୁଛନ୍ତି । ଏମଏସଏମଇଏସର ଅର୍ଥ ମାଇକ୍ରୋ , ସ୍ମଲ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇସେସ୍ । ଇ-ମାର୍କେଟରେ ସ୍ଥାନୀୟ ବଜାରରୁ ସାମଗ୍ରୀ ସଂଗ୍ରହ କରି ଗ୍ରାହକଙ୍କୁ ଶସ୍ତାରେ ବିକ୍ରି ହୋଇଥାଏ ।

ତେବେ ଫ୍ଲିପକାର୍ଟ ଏବଂ ଆମାଜନ ଦେଉଥିବା ଡିସକାଉଣ୍ଟକୁ ଦେଖିଲେ ଅନ୍ୟ ୱେବସାଇଟ୍ ଗୁଡିକ ଅଧିକ ପ୍ରାଇସ୍ ରଖିଥାନ୍ତି । ଏହା ବି ମନରେ ପ୍ରଶ୍ନ ଉଠେ ଯେ, ଅନ୍ୟ ସେଲର ସମାନ ଜିନିଷକୁ କାହିଁକି ଅଧିକ ଦାମରେ ଅନଲାଇନ୍‌ରେ ବିକ୍ରୀ କରୁଛନ୍ତି? ଏହାର କାରଣ ହେଉଛି ଲୋକମାନଙ୍କୁ ଅଧିକ ବିକ୍ରୀ କରି ଅଧିକ ଲାଭବାନ୍ ହେଉଛନ୍ତି ଫ୍ଲିପକାର୍ଟ, ଆମାଜନ । କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀଙ୍କ ନିକଟରୁ ଅଧିକ ପରିମାଣର ସାମଗ୍ରୀ କିଣି କମ ଲାଭ ରଖି ଇକମର୍ସ ସଂସ୍ଥା ଗୁଡିକ ଲୋକଙ୍କୁ ବିକିଥାନ୍ତି । ଏହାଦ୍ୱାରା ଖୁଚୁରା ବଜାରରେ ମିଳୁଥିବା ମୂଲ୍ୟଠାରୁ କମ ମୂଲ୍ୟରେ ଲୋକମାନେ ସାମଗ୍ରୀ ପାଇଥାନ୍ତି । ଏହାସହିତ ପ୍ରତ୍ୟେକ ସେଲିଂରେ କେଉଁ କେଉଁ ବ୍ୟାଙ୍କର କୋର୍ଡ ଦେଲେ ପ୍ରଡକ୍ଟ ଡିସକାଉଣ୍ଟରେ ମିଳିଥାଏ । ଏହାର ଫାଇଦା ମଧ୍ୟ କମ୍ପାନୀକୁ ମିଳିଥାଏ । ପ୍ରଡକ୍ଟରେ ଯେଉଁ ପ୍ରାଇସ୍ ଦେଖାଏ । ସବୁ ଡିସକାଉଣ୍ଟ ହେବା ପରେ ଦେଖାଇଥାଏ । ଏଥିରେ ବ୍ୟାଙ୍କ ଅଫର ବି ସାମିଲ ଥାଏ । କମ୍ପାନୀ ଲାଭ ରଖି ଶସ୍ତାରେ ଲୋକମାନଙ୍କୁ ଜିନିଷ ବିକ୍ରୀ କରିଥାନ୍ତି ।

LEAVE A REPLY

Please enter your comment!
Please enter your name here