ପ୍ରଧାନମନ୍ତ୍ରୀ ନୁହେଁ ନିଜକୁ ଦେଶର ଚୌକିଦାର ବୋଲି କହି ଖୁବ୍ ଗର୍ବ କରୁଥିବା ନରେନ୍ଦ୍ର ମୋଦି ଶେଷରେ ନିଜ ନାଁ ପୂର୍ବରୁ ଚୌକିଦାର ଶଦ୍ଦକୁ ଉଠାଇନେଇଛନ୍ତି । କେବଳ ନିଜେ ଉଠାଇ ନାହାଁନ୍ତି ଦଳର ଅନ୍ୟ ନେତା ଓ ମନ୍ତ୍ରୀମାନଙ୍କୁ ମଧ୍ୟ ନାଁ ପୂର୍ବରୁ ଚୌକିଦାର ଶଦ୍ଦ ଲିଭେଇ ଦେବାପାଇଁ ନିବେଦନ କରିଛନ୍ତି । ଉଲ୍ଲେଖଯୋଗ୍ୟ, ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରଚଣ୍ଡ ବହୁମତ ବିଜୟ ଆଡକୁ ଅଗ୍ରସର ହେଉଛି। ଏ ପର୍ଯ୍ୟନ୍ତ ଏନଡିଏ ୩୪୬ଟି ସିଟରେ ଆଗୁଆ ରହିଛି। ମୋଦୀ ଟ୍ଵିଟ୍ କରି କହିଛନ୍ତି ଯେ, ସମୟ ଆସିଯାଇଛି ଚୌକିଦାରର ଭାବନାକୁ ପରବର୍ତ୍ତୀସ୍ତର ପର୍ଯ୍ୟନ୍ତ ନେଇକି ଯାଆନ୍ତୁ। ଏହି ଭାବନାକୁ ଜୀବନ୍ତ ରଖି ଆମେ ଭାରତର ପ୍ରଗତି ପାଇଁ କାମ ଜାରି ରଖିବୁ। ଟ୍ଵିଟରେ ମୋ ନାମରୁ ଚୌକିଦାର ଶବ୍ଦ ହଟାଯାଉଛି। ମାତ୍ର ଏହି ଶବ୍ଦ ମୋର ଅଭିନ୍ନ ଅଙ୍ଗ ହୋଇ ରହିବ। ମୁଁ ଆପଣ ସମସ୍ତଙ୍କୁ ଏମିତି କରିବାକୁ ଅପିଲ କରୁଛି। ଲୋକସଭା ନିର୍ବାଚନର ପ୍ରଚାରରେ ଚୌକିଦାର ଶବ୍ଦ ଛାଇ ରହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜକୁ ଚୌକିଦାର ଦର୍ଶାଇଥିଲେ।

LEAVE A REPLY

Please enter your comment!
Please enter your name here