ଦେଶରେ ଗଣତି ଚାଲିଛି ୨୦୧୯ ସାଧାରଣ ନିର୍ବାଚନର ଫଳାଫଳ । କଂଗ୍ରେସ ସବୁସ୍ଥାନରେ ଶୋଚନୀୟ ଭାବେ ପରାଜୟ ବରଣ କରିଛି । ଏହା ସହ ନିଜେ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀ ଆମେଠିରୁ ସ୍ମୃତି ଇରାନୀ ଠାରୁ ପଛରେ ରହିଛନ୍ତି । ଦେଶରେ ଅନେକ ସ୍ଥାନରୁ ପରାଜୟ ବରଣ କରିଥିବା ରାହୁଲ ଗାନ୍ଧୀ ଏହା ମଧ୍ୟରେ କେରଳର ୱାଇନାଡ଼ୁରୁ ବିଜୟୀ ହୋଇଛନ୍ତି । ରାହୁଲଙ୍କୁ ୬ଲକ୍ଷ ୬୪ହଜାର ଭୋଟ ମିଳିଛି । ସେଠାରେ ପିପି ସୁନୀରଙ୍କୁ ପ୍ରାୟ ୨ଲକ୍ଷ ୫୧ହଜାର ଭୋଟ ମିଳିଛି । ଏକଦା କଂଗ୍ରେସର ଗଡ଼ ଥିବା ଆମେଠି ସହ କେରଳର ୱାଇନାଡ଼ୁରୁ ରାହୁଲ ଗାନ୍ଧୀ ନିର୍ବାଚନ ଲଢିଛନ୍ତି ।

LEAVE A REPLY

Please enter your comment!
Please enter your name here