ଖଲିସ୍ଥାନୀ ନେତା ଅମ୍ରିତପାଲ ସିଂଙ୍କୁ ଗିରଫ କରିବାକୁ ଅପରେସନ ମୋଡରେ ପଞ୍ଜାବ ପୋଲିସ । ପଞ୍ଜାବରେ ହାଇ ଆଲର୍ଟ ଜାରି କରାଯାଇଛି । ଇଣ୍ଟରନେଟ ସେବା ବନ୍ଦକରିଦିଆଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ ରେଡ୍ କରିବା ସତ୍ତ୍ବେ ଖଲିସ୍ଥାନୀ ନେତା ଅମ୍ରିତପାଲଙ୍କୁ ଗିରଫ କରିବାରେ ପୋଲିସ ବିଫଳ ହେବା ପରେ ପଳାତକ ଘୋଷଣା କରିଛି ।
ଓ୍ବାରିସ ପଞ୍ଜାବ ଦେ ଗୃପର 78 ଜଣଙ୍କୁ ପୋଲିସ ଗିରଫ କରିସାରିଛି । ଏପରିକି ଅମ୍ରିତପାଲ ଗ୍ୟାଙ୍ଗର 7 ଜଣ ବନ୍ଧୁକଧାରୀଙ୍କୁ ମଧ୍ୟ ପୋଲିସ ଗିରଫ କରିସାରିଛି । ତେବେ ଅମ୍ରିତପାଲ ପୋଲିସ ହାତରେ ଧରାପଡିନାହିଁ ।

ମାସକ ତଳେ ଅମ୍ରିତପାଲ୍ ନିଜ ସମର୍ଥକଙ୍କୁ ଖସାଇବା ପାଇଁ ଏକ ଥାନା ଉପରେ ଖଣ୍ଡା ଓ ବନ୍ଧୁକ ସହ ଆକ୍ରମଣ କରିଥିଲା । ଏଙି ଘଟଣାରେ ସାତଜଣ ପୋଲିସ ଆହତ ହୋଇଥିଲେ । ସବୁବେଳେ ବନ୍ଧୁକଧାରୀଙ୍କ ସୁରକ୍ଷା ଭିତରେ ରହୁଥିବା ଅମ୍ରିତପାଲର ପାକିସ୍ତାନ ଆଇଏସଆଇ ସହ ସଂପର୍କ ଥିବା କୁହାଯାଉଛି । ଅମ୍ରିତପାଲକୁ ଗିରଫ କରିବା ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସହଯୋଗ ଲୋଡିଛନ୍ତି ।

LEAVE A REPLY

Please enter your comment!
Please enter your name here