ପୁଣି ଥରେ ଭାରତ ସୀମାରେ ପ୍ରବେଶ କଲା ପାକିସ୍ତାନୀ ଡ୍ରୋନ୍ | ପାକିସ୍ତାନୀ ସେନା ପୁଣି ଥରେ ନିଜ ସୀମା ଲାଙ୍ଘିବାକୁ ଚେଷ୍ଟା କରିଛନ୍ତି | ଚଳିତମାସରେ ତିନି ତିନି ଥର ପଞ୍ଜାବ ସୀମାରେ ପାକିସ୍ତାନୀ ଡ୍ରୋନ୍ ଉଡ଼ିବାର ଦେଖିବାକୁ ମିଳିଛି | ଗୁରୁବାର ସକାଳେ ଫିରୋଜପୁର ସୀମାରେ ଦୁଇଟି ପାକିସ୍ତାନୀ ଡ୍ରୋନ୍ ଏକା ସାଙ୍ଗରେ ଉଡ଼ୁଥିବାରୁ ଦେଖିବାକୁ ମିଳିଥିଲା | ତେବେ ଡ୍ରୋନ୍ ଟି ଦୁର୍ଘଟଣା ଗସ୍ତ ହୋଇ ଖସିପଡିଥିବା ସ୍ଥାନୀୟ ଲୋକ କହୁଥିବା ବେଳେ ହେଲେ ବିଏସଏଫ୍ ଅଧିକାରୀଙ୍କ ସୂଚନା ଅନୁଯାୟୀ ଡ୍ରୋନଟି ପୁଣି ଥରେ ପାକିସ୍ତାନ ପଟକୁ ଫେରିଯାଇଛି | ଉଭୟ ପଞ୍ଜାବ ପୁଲିସ୍ ଏବଂ ସେନା ଅଧିକାରୀ ତଦନ୍ତ ଜାରି ରଖିଛନ୍ତି । ଏହା ପୂର୍ବରୁ ସୋମବାର ରାତିରେ ମଧ୍ୟ ପଞ୍ଜାବର ହୁସେନୀବାଲା ସେକ୍ଟରରେ ଦୁଇ ପାକିସ୍ତାନ ଡ୍ରୋନ୍ ଉଡ଼ୁଥିବାର ଦେଖିବାକୁ ମିଳିଥିଲା । ପ୍ରଥମ ଡ୍ରୋନ୍ ୧୦ଟାରୁ ୧୦ଟା ୪୦, ଦ୍ୱିତୀୟ ଡ୍ରୋନ୍ ୧୨ଟା ୨୫ରେ ଉଡୁଥିବାର ଦେଖିବାକୁ ମିଳିଥିଲା | ଏହା ପୂର୍ବରୁ ଅକ୍ଟୋବର ୧ ରାତିରେ ଫାଜିଲ୍କା ସୀମାରେ ପାକିସ୍ତାନୀ ଡ୍ରୋନ୍ ଉଡ଼ୁଥିବାର ଦେଖିବାକୁ ମିଳିଥିଲା । ସେହିପରି ଅଗଷ୍ଟ ୧୩ରେ ମଧ୍ୟ ଏକ ସନ୍ଦିଗ୍ଧ ଡ୍ରୋନ୍ ଅମୃତସରର ମୁହାବା ଗାଁରେ ଥିବା ଏକ ଧାନ ବିଲରେ ଖସି ପଡ଼ିଥିବା ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here