ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ନାମ ସୁପାରିଶ କରିଛନ୍ତି ଜଷ୍ଟିସ୍ ଦୀପକ ମିଶ୍ର । ସର୍ବୋଚ୍ଚ ଅଦାଲତର ପ୍ରଧାନ ବିଚାରପତି ଅକ୍ଟୋବର ୧ ତାରିଖରେ ଅବସର ଗ୍ରହଣ କରିବେ । ତାଙ୍କ ପରେ ବିଚାରପତି ଗୋଗୋଇ ନୂଆ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବାର ସମ୍ଭାବନା ରହିଛି । ଗୋଗୋଇ ଦ୍ୱିତୀୟ ବରିଷ୍ଠ ବିଚାରପତି ଭାବେ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି । ପରମ୍ପରା ଅନୁସାରେ ପ୍ରଧାନ ବିଚାରପତି ତାଙ୍କ ପରବର୍ତ୍ତୀ ବିଚାରପତିଙ୍କ ନାମ ସୁପାରିଶ କରିଥାନ୍ତି । ଗୋଗୋଇ ୨୦୧୯ ନଭେମ୍ବର ୧୭ ପର୍ଯ୍ୟନ୍ତ ଏହି ପଦବୀରେ କାର୍ଯ୍ୟ କରିବେ । ଗୋଗୋଇ ଆସାମ ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜେନ( ଏନଆରସି)ମାମଲାର ଶୁଣାଣି କରୁଛନ୍ତି । ଗୋଗୋଇ ୨୦୧୨ରେ ସର୍ବୋଚ୍ଚ ଅଦାଲତରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here