ବରିଷ୍ଠ ସାମ୍ବାଦିକ କୁଲଦୀପ ନାୟରଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା । ଦିଲ୍ଲୀର ଏକ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୧୯୫୨ରେ ସେ ସାମ୍ବାଦିକତା ପାଠ୍ୟକ୍ରମରେ ଉତ୍ତର ପଶ୍ଚିମ ବିଶ୍ୱବିଦ୍ୟାଳୟର ମେଡିଲ ସ୍କୁଲ ଅଫ ଜର୍ଣ୍ଣାଲିଜିମ୍ ରେ ବୃତ୍ତି ଲାଭ କରି ନାମ ଲେଖାଇଥିଲେ କୁଲଦୀପ ନାୟର । ସେ ବିଭିନ୍ନ ଖବରକାଗଜରେ କାର୍ଯ୍ୟ କରିଥିଲେ । ବ୍ରିଟେନରେ ଭାରତୀୟ ଉଚ୍ଚାୟୁକ୍ତ ଭାବେ ଅବସ୍ଥାପିତ ଥିଲେ । ୧୯୯୭ରେ ରାଜ୍ୟସଭା ଏମପି ଭାବେ ମନୋନୀତ ହୋଇଥିଲେ । ତେବେ ନିଜର ସ୍ପଷ୍ଟ ଅଭିବ୍ୟକ୍ତି ପାଇଁ ସେ ସାମ୍ବାଦିକ ଭାବେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ.

LEAVE A REPLY

Please enter your comment!
Please enter your name here