ବଢୁଥିବା କରୋନା ସଙ୍କ୍ରମଣକୁ ନଜରରେ ରଖି ପଶ୍ଚିମବଙ୍ଗ ସରକାର ଲକଡାଉନ୍ ଘୋଷଣା କରିଛନ୍ତି । ସମସ୍ତ ସ୍କୁଲ , କଲେଜ ବନ୍ଦ ରହିବ ବୋଲି ନିଷ୍ପତ୍ତି ନେଇଛନ୍ତି ସରକାର । ସମସ୍ତ ସରକାରୀ ଅଫିସ ଏବଂ ଘରୋଇ ଅଫିସରେ ୫୦ ପ୍ରତିଶତ କର୍ମଚାରୀରେ କାମ ଚାଲିବ । ସୁଇମିଂ ପୁଲ, ସେଲୁନ୍ , ସିନେମା ହଲ ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ପଶ୍ଚିମବଙ୍ଗ ସରକାର । ସଭାସମିତିରେ ଅତିବେଶିରେ ୫୦ ଲୋକ ସାମିଲ ହେବେ । ବିବାହ କାର୍ଯ୍ୟକ୍ରମରେ ୫୦ ଏବଂ ଶେଷକୃତ୍ୟରେ ୨୦ ଲୋକ ସାମିଲ ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ରାତି ୧୦ଟା ସକାଳ ୫ଟା ପର୍ଯ୍ୟନ୍ତ ଲାଗିବ ନାଇଟ କର୍ଫ୍ୟୁ । ପଶ୍ଚିମବଙ୍ଗରେ ଶନିବାର ଗୋଟିଏ ଦିନରେ ୪୫୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here