ଅତ୍ୟନ୍ତ ସ୍ପର୍ଶକାତର ଓ ବେଦନାଦାୟକ ଘଟଣା । ଘର ଦାଣ୍ଡଦୁଆରେ ଖେଳୁଥିବା ବେଳେ ପାଞ୍ଚଟି ବୁଲା କୁକୁର ହାବୁଡରେ ପଡିଯାଇଛି କୁନି ଝିଅଟିଏ । ବୟସ ମାତ୍ର ଚାରିବର୍ଷ । କୁକୁରମାନଙ୍କ କବଳରୁ ବର୍ତ୍ତିବାକୁ ଚେଷ୍ଟା କରି ବିଫଳ ହୋଇଛି ଝିଅଟି । ଘଟଣା ଘଟିଛି ମଧ୍ୟପ୍ରଦେଶର ଭୋପାଳ ସହରରେ । ଗୋଟିଏ ଶ୍ରମିକ ପରିବାରର କୁନି ଝିଅଟିଏ କେମିତି ବୁଲା କୁକୁରଙ୍କ ହାବୁଡରେ ପଡିଯାଇଛି, ସେ ଦୃଶ୍ୟ କଏଦ ହୋଇଛି ସିସିଟିଭିରେ । କୁକୁରମାନଙ୍କ କାମୁଡାରେ ଝିଅଟି ତଳେ ପଡିଯିବା ପରେ ବୁଲା କୁକୁରଗୁଡିକ ତାର ମୁଣ୍ଡ, ଗୋଡ ଓ ପେଟକୁ କାମୁଡି ଦେଇଛନ୍ତି । ମାତ୍ର ଅଳ୍ପ କେଇମିନିଟ ଭିତରେ ଝିଅଟି କୁକୁର କାମୁଡାରେ ଗୁରୁତର ହୋଇପଡିଥିବା ବେଳେ ରାସ୍ତାରେ ୟାୁଥିବା ଜଣେ ବାଟୋଇ କୁକୁର ଉପରକୁ ଟେକା ଫୋପାଡି ଝିଅଟିକୁ କୁକୁରଙ୍କ କବଳରୁ ଉଦ୍ଧାର କରିଥିଲେ । କୁନି ଝିଅଟିକୁ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲେ ହେଁ ତାର ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ଭୋପାଳରେ ବୁଲା କୁକୁରଙ୍କ ସଂଖ୍ୟା ଭୟଙ୍କର ଭାବେ ବଢିଚାଲିଥିବା ବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନି ।

LEAVE A REPLY

Please enter your comment!
Please enter your name here