ଆଉ କେତେ ଅସୁରକ୍ଷିତ ରହିବେ ନାରୀ? ପ୍ରତିଦିନ କେଉଁଠି ନା କେଉଁଠି ଦୁଷ୍କର୍ମର ଶିକାର ହେଉଛି ନାରୀ । ଦୁଷ୍କର୍ମ କରି ପ୍ରମାଣ ନଷ୍ଟ କରିବାକୁ ସଇତାନ ପାଲଟି ଯାଉଛି ଦୁଷ୍ମର୍ମକାରୀ । ଖିନ୍ ବିନ୍ କରି ପୀଡିତାର ଜୀବନ ନେଉଛି । ଏମିତି ଘଟଣା ପୁଣି ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣଙ୍କର ନିର୍ଭୟା ହେଉ କି ନିକଟରେ ଘଟିଥିବା ଭେଟନାରୀ ଡକ୍ଟର ପ୍ରିୟଙ୍କାଙ୍କ କଥା ମନେ ପଡିଯିବ । ଖାଲି ଏହି ଦୁଇ ଜଣଙ୍କୁ ଦୁଷ୍କର୍ମ କରାଯାଇ ମର୍ଡର କରାଯାଇଛି, ତାହା ନୁହେଁ । ପ୍ରତିଦିନ ଏମିତି ଘଟଣା ସାମ୍ନାକୁ ଆସୁଛି । ନିର୍ଭୟା ଦୋଷୀଙ୍କୁ ଫାଶୀ ମିଳିବା ପରେ ଏଭଳି ଭୁଲ ପୁନର୍ବାର ହେବନି ବୋଲି ସାଧାରଣ ଜନତା ପ୍ରତିକ୍ରୀୟା ଦେଉଥିଲେ । କିନ୍ତୁ ଚେତୁନାହାଁନ୍ତି ମଣିଷରୂପି ରାକ୍ଷାସ । ଗୋଟେ ଝିଅଟିକୁ ରାସ୍ତାରେ ଏକାକୀ ଦେଖି ସେମାନେ ପାଲିଟିଯାଉଛନ୍ତି ସଇତାନ । ନିକଟରେ ଉତ୍ତର ପ୍ରଦେଶରେ ଜଣେ ୧୯ ବର୍ଷିୟା ଯୁବତୀଙ୍କୁ ଦୁଷ୍କର୍ମ କରି ବିଲ ମଝିରେ ଫିଙ୍ଗିଦିଆଯାଇଥିଲା । ଗଣଦୁଷ୍କର୍ମରେ ଶିକାର ହୋଇଥିବା ଯୁବତୀଙ୍କ କଥା ଶୁଣିଲେ ଲୋମ ଟାଙ୍କୁରି ଉଠିବ । ୪ ଜଣ ନର ରାକ୍ଷାସ ଯୁବତୀଙ୍କୁ ବିଲ ମଝିକୁ ଉଠାଇ ନେଇ ଯୁବତୀକୁ ଗଣଦୁଷ୍କର୍ମ କରିବା ସହ ପ୍ରମାଣ ନଷ୍ଟ କରିବାକୁ ତାଙ୍କ ଜିଭ କାଟିଦେଇଥିଲେ । ଏପରକି ତାଙ୍କ ଶରୀରର ଏକାଧିକ ଅଙ୍ଗ ପ୍ରତ୍ୟେଙ୍ଗ ଭାଙ୍ଗିଦେବା ସହ ତାଙ୍କୁ ତଣ୍ଟିଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ପିଡୀତାଙ୍କ ମା ଖୋଜି ଖୋଜି ତାଙ୍କୁ ଅଚେତ ଅବସ୍ଥାରେ ବିଲ ମଝିରୁ ପାଇଥିଲେ । ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ଦିଲ୍ଲୀସ୍ଥିତ ସଫଦରଜଙ୍ଗ ହସ୍ପିଟାଲକୁ ନିଆଯାଇଥିଲା । ଏତେ ଆଘାତ ଲାଗିଥିଲା ଯେ, ସେଇଠାରେ ଆଖି ବୁଜିଦେଇଥିଲେ ପିଡୀତା । ଏହି ମାମଲାରେ ୪ ଅଭିଯୁକ୍ତ ଦୋଷୀଙ୍କୁ ପୋଲିସ ଜେଲ ପଠାଇ ଦେଇଛି । ସେମାନଙ୍କ ନାଁରେ ଗଣ ଦୁଷ୍କର୍ମ ଓ ହତ୍ୟା ମାମଲା ରୁଜୁ ହୋଇଛି ।
ସେପଟେ ପୀଡିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ପୋଲିସ ତାଙ୍କୁ କୈାଣସି ପ୍ରକାରର ପ୍ରାଥମିକ ସହଯୋଗ କରିନଥିଲେ । ଘଟଣାକୁ ନେଇ ତୀବ୍ର ବିବାଦ ହେବା ପରେ ପୋଲିସ ଘଟଣାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଘଟଣାକୁ ନେଇ ସାରା ଦେଶରେ ପ୍ରତିକ୍ରୀୟା ଶୁଣିବାକୁ ମିଳିଛି । ନିର୍ଭୟାଙ୍କ ମା ମଧ୍ୟ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ଅନୁରୋଧ କରିଛନ୍ତି । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଏସଆଟି ଟିମ୍ ଗଠନ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ।