କଂଗ୍ରେସର ଭେଟେରାନ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ.କେ. ଆଣ୍ଟୋନୀଙ୍କ ପୁଅ ଅନିଲ ଆଣ୍ଟୋନୀ ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବାଦୀୟ ବିବିସି ଡକ୍ୟୁମେଣ୍ଟାରୀକୁ ସମାଲୋଚନା କରିବା ପରେ ସେ ଜାନୁଆରୀରେ କଂଗ୍ରେସର ସମସ୍ତ ପଦରୁ ଇସ୍ତଫା ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ, ଭି ମୁରଲୀଧରନ୍ ଏବଂ ବିଜେପିର କେରଳ ୟୁନିଟ୍ ମୁଖ୍ୟ କେ ସୁରେନ୍ଦ୍ରନଙ୍କ ଉପସ୍ଥିତିରେ ଅନିଲ ଆଣ୍ଟୋନୀ ବିଜେପିରେ ସାମିଲ ହୋଇଥିଲେ। ବିସିସି ଡକ୍ୟୁମେଣ୍ଟାରୀକୁ ନେଇ ଏହା ଭାରତ ବିରୋଧୀ ବୋଲି ସେ କହିଥିଲେ l ୨୦୦୨ଗୁଜୁରାଟ ଦଙ୍ଗା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବିସି ଡକ୍ୟୁମେଣ୍ଟାରୀ ଉପରେ ବିବାଦ ପରେ ଅନିଲ ଆଣ୍ଟୋନୀ ଜାନୁଆରୀରେ କଂଗ୍ରେସ ଛାଡିଥିଲେ।

LEAVE A REPLY

Please enter your comment!
Please enter your name here