ଦୁଇ ଜଣଙ୍କ ଭିତରେ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିଲେ । ସାତ ଜନ୍ମ ଏକାଠି ରହିବାକୁ ଦୁହେଁ ନିଷ୍ପତ୍ତି ନେଇଥିଲେ । ଆଉ ଏହାକୁ ସତ ଭାବେ ପ୍ରମାଣ ବି କରିଛନ୍ତି କେରଳ ସାନ ଇବ୍ରାହିମ ବାଦଶାହା । ଗତ ଦୁଇ ବର୍ଷ ତଳେ ସେ ସ୍ମୃତି ବିଜୟଙ୍କୁ ପ୍ରେମ ବିବାହ କରିଥିଲେ । ହେଲେ ବିବାହର କିଛି ମାସ ପରେ ଜଣାପଡିଲା ସ୍ମୃତିକୁ କ୍ୟାନସର ହୋଇଛି । କ୍ୟାନସର ପାଇଁ କେମୋ ଥେରାପି ନେବାପରେ ସ୍ମୃତିଙ୍କ ସବୁ ଚୁଟି ଝଡିଗଲା । ସ୍ତ୍ରୀକୁ ଏକୁଟିଆ ଅନୁଭବ ନକରିବା ପାଇଁ ସାନ୍ ବି ନିଜେ ଲଣ୍ଡା ହୋଇଯାଇଥିଲେ । ସେବେଠୁ ଗଲା ଦୁଇ ବର୍ଷ ଧରି ସ୍ମୃତି ଓ ସାନ୍ ଏକାଠି କ୍ୟାନସର ସହ ଲଢେଇ କରୁଛନ୍ତି । ତେବେ ସ୍ମୃତିଙ୍କ ଚିକିତ୍ସା ପାଇଁ ସାନ୍ ସବୁ ଅର୍ଜିତ ଟଙ୍କା ଖର୍ଚ୍ଚ କରିବା ସହ ନିଜ ହାତରେ ବନାଇଥିବା ପେଣ୍ଟିକୁ ବି ବ୍ରିକୀ କରିଥିଲେ । ସୋସିଆଲ ମିଡିଆରେ ଏହି ଖବର ପ୍ରସାରିତ ହେବାପରେ ଲୋକେ ସାନଙ୍କ ପେଣ୍ଟିକୁ କିଣିବାକୁ ଆଗ୍ରହ ହୋଇଥିଲେ । ନିକଟରେ ସାନ୍ ସ୍ମୃତିଙ୍କ ଫଟୋ ଅପଲୋଡ କରିଛନ୍ତି । ଯେଉଁଥିରେ ସ୍ମୃତି ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସେ ଉଲ୍ଲେଖ କରିଛନ୍ତି ।

LEAVE A REPLY

Please enter your comment!
Please enter your name here