ରାଜଧାନୀ ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ. ଅଗ୍ନିକାଣ୍ଡ ଏଭଳି ଥିଲା ଯେ, ଚାହୁଁ ଚାହୁଁ ଚାଲିଗଲା 17 ଜଣଙ୍କ ଜୀବନ. ଦିଲ୍ଲୀର କରୋଲବାଗସ୍ଥିତ ହୋଟେଲ ଅର୍ପିତ ପ୍ୟାଲେସରେ ଘଟିଛି ଏହି ବଡ ଧରଣର ଅଗ୍ନିକାଣ୍ଡ. ଯେଉଁଥିରେ ପ୍ରାଣ ହରାଇଛନ୍ତି 17 ଜଣ ଲୋକ. ମଙ୍ଗଳବାର ଯେତେବେଳେ ସମସ୍ତେ ଶୋଇଥିଲେ, ସେତେବେଳେ ହଠାତ ନିଆଁ ଲାଗିଯାଇଥିଲା. ଆଉ ଧିରେ ଧିରେ ଏହା ଚାରିଆଡେ ବ୍ୟାପିଗଲା. ତେବେ ସର୍ଟ ସର୍କିଟ ଯୋଗୁଁ ଏଭଳି ହୋଇଥିବା ଜଣାପଡିଛି. ଆରମ୍ଭରୁ ପ୍ରଥମେ ଦ୍ୱିତୀୟ ମହଲା ଆଉ ତା ପରେ ତୃତୀୟ ଓ ଚତୁର୍ଥ ମହଲାକୁ ଖେଳିଯାଇଥିଲା ନିଆଁ. ହୋଟେଲ କର୍ମଚାରୀଙ୍କ ପାଇଁ ଏଭଳି କାଣ୍ଡ ହୋଇଥିବା କୁହାଯାଉଛି. ହୋଟେଲର ଅଧିକାଂଶ କାମ କାଠରେ ତିଆରି ହୋଇଛି. ଅ୍ୟପଟେ ହୋଟେଲର ସିଡି ଉପରେ ମଧ୍ୟ କାଠର କଭର ଅଛି. ଯେଉଁଥିପାଇଁ ନିଆଁ ସହଜରେ ବ୍ୟାପିଗଲା. ମଙ୍ଗଳବାର ଭୋର ସମୟରେ ଏହି ନିଆଁ ଲାଗିଥିଲା. ହୋଟେଲରେ ଥିବା ଗୋଟିଏ ପରିବାରର 7 ଜଣଙ୍କ ମୃତ୍ୟୁ ହୋଇଛି. ଅନ୍ୟପଟେ ହୋଟେଲର 40ଟି ରୁମ ଜଳି ପାଉଁଶ ହୋଇଯାଇଛି. ବର୍ତ୍ତମାନ ନିଆଁଲିଭା କାର୍ଯ୍ୟରେ ଦିଲ୍ଲୀର 25ଟି ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି.

LEAVE A REPLY

Please enter your comment!
Please enter your name here