ପ୍ରେମିକ ସବୁଦିନ ଅପେକ୍ଷା କରେ ପ୍ରେମିକାକୁ । ପ୍ରେମିକା ବି ଅପେକ୍ଷା କରିଥାଏ, କେତେବେଳେ ତା ପ୍ରେମିକ ଆସିବ । ପ୍ରେମର ଯାଦୁରେ ଦୁହେଁ ଯେମିତି ପରସ୍ପର ବାନ୍ଧି ହୋଇଯାଇଥାନ୍ତି । ଗୋଟିଏ କଲେଜରେ ପାଠ ପଢୁଥିବା ପ୍ରେମିକ ପ୍ରେମିକା ହୁଅନ୍ତୁ ଅବା ଗୋଟିଏ ସହରରେ ରହୁଥିବା ପ୍ରେମିକ-ପ୍ରେମିକା ଅଥବା କେଉଁ ଦୂର ସହରରେ ରହୁଥିବା ପ୍ରେମୀ ଯୁଗଳଙ୍କ କଥା ହେଉ, ରାତି ସେମାନଙ୍କ ପାଇଁ ଲମ୍ବା ହୋଇଯାଏ । ଏବେ ତ ସମୟ ପ୍ରେମୀ ଯୁଗଳଙ୍କୁ ଆହୁରି ନିକଟତର କରାଇଦେଇଛି । ହ୍ବାଟ୍ସ ଆପ୍ ଚାଟିଂ ନ ହେଲେ ଭିଡିଓ କଲ୍ । ଗୋଟିଏ ମୁହୂର୍ତ୍ତ ବି କେହି କାହାକୁ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି । ବଡ ଅଜବ ଲାଗେ ଏ ଆକର୍ଷଣ । ସାରା ଦୁନିଆକୁ ପଛରେ ପକାଇ ପ୍ରେମୀ ଯୁଗଳ ଏକ ହୋଇଯାନ୍ତି । ତଥାପି ବର୍ଷ ତମାମ ଦୁଇ ପ୍ରେମୀ ଅପେକ୍ଷା କରିଥାନ୍ତି ଆଜିର ଦିନଟିକୁ । ଭାଲେଣ୍ଟାଇନସ୍ ଡେ । କିଏ କେମିତି ଉପହାର ଦେଇ ସରପ୍ରାଇସ ଦେବେ । ସେଥିପାଇଁ ବହୁ ଆଗରୁ ଚାଲିଥାଏ ପ୍ରସ୍ତୁତି । ପ୍ରେମର ପ୍ରତୀକ ଗୋଲାପ ଫୁଲରେ ଛାଇ ହୋଇଯାଏ ସହର । ପ୍ରେମିକାର ଗଭାରେ ଗୋଲାପଟିଏ ଲଗାଇ ପ୍ରେମିକ ଆତ୍ମତୃପ୍ତି ଲାଭ କରେ । ଦିନଟିକୁ ସ୍ମରଣୀୟ ରଖିବା ପାଇଁ ପ୍ରେମୀ ଯୁଗଳ ବର୍ଷ ତମାମ ଅପେକ୍ଷା କରି ରହିଥାନ୍ତି ।

LEAVE A REPLY

Please enter your comment!
Please enter your name here